www.samajalive.in
Monday, December 8, 2025
24.1 C
Bhubaneswar

କରୋନାରେ ବଢ଼ିଛି ଶିଶୁ ଅସଦାଚରଣ, ୧୫୩ଟି ଅଭିଯୋଗ ପଞ୍ଜିକୃତ

ଭୁବନେଶ୍ୱର: କରୋନା ସମୟରେ ବଢ଼ିବାରେ ଲାଗିଛି ଶିଶୁ ଅସଦାଚରଣ। ଦୀର୍ଘ ଏକ ବର୍ଷଧରି ରାଜ୍ୟର ସବୁ ବିଦ୍ୟାଳୟ ବନ୍ଦ ରହିଥିବାରୁ ଶିଶୁମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ୨୦୨୦ ଜାନୁଆରୀ ମାସଠାରୁ ଏଯାବତ୍ ମୋଟ ୧୫୩ଟି ଶିଶୁ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସଂକ୍ରମଣ ଭୟରେ ଶିଶୁମାନେ ଘରେ ରହିଥିଲେ ସୁଦ୍ଧା ସେମାନେ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଛନ୍ତି।

ସେହିପରି କରୋନା ସମୟରେ ଅସଦାଚରଣ ଓ ବାଲ୍ୟ ବିବାହ ଅଭିଯୋଗ ବଢ଼ିବାରେ ଲାଗିଛି। ଶିଶୁମାନେ ଘର ଭିତରେ ରହି ଯେପରି କରୋନା ସଂକ୍ରମଣ ରୋକିପାରିବେ ସେଥିନେଇ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ସଚେତନ କରାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟ ଅଭିଯୋଗ ଆସିବା ମାତ୍ରେ ଆୟୋଗ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ତୁରନ୍ତ ମାମଲା ରୁଜୁ କରାଯାଉଛି ବୋଲି ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି।

- Advertisement -

ସୂଚନା ଅନୁସାରେ ୨୦୨୦ ମସିହାରେ ୨୮୩ଟି ଅଭିଯୋଗ ଆୟୋଗରେ ପଞ୍ଜିକୃତ ହୋଇଥିଲା। ସେଥିରୁ ୯୯ଜଣ ଶିଶୁ ଅସଦାଚରଣ ଭଳି ସମସ୍ୟାର ଶିକାର ହୋଇଛନ୍ତି। ସେହିପରି ୨୦୨୧ ମସିହାର ଜାନୁଆରୀ ମାସଠାରୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ୧୩୭ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ସେଥିରୁ ୫୪ଟି କେବଳ ଶିଶୁ ଅସଦାଚରଣ ଜନିତ ସମସ୍ୟା ରହିଥିବା ଜଣାପଡିଛି। ଏଭଳି ସମସ୍ୟାକୁ ରୋକିବା ପାଇଁ ଅଭିଭାବକମାନେ ଶିଶୁଙ୍କୁ ସଚେତନ କରିବା ସହିତ ଆୟୋଗ ପକ୍ଷରୁ ଦିଆଯାଇଥିବା ସହାୟତା ନମ୍ବର ଜରିଆରେ ଅଭିଯୋଗ କରିବାକୁ ଆୟୋଗର ଅଧ୍ୟକ୍ଷା ପରାମର୍ଶ ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories