www.samajalive.in
Saturday, December 6, 2025
19.1 C
Bhubaneswar

ଅଗଷ୍ଟ ୧୫ ସୁଦ୍ଧା ଟିକାକରଣ ସାରିବାକୁ କେନ୍ଦ୍ରର ​‌ଯୋଜନା

ନୂଆଦିଲ୍ଲୀ: ଆଗାମୀ ସାଢ଼େ ୩ ମାସ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ଦେଶରେ ଟିକାକରଣ ଅଭିଯାନ ଶେଷ ହେବ। ୧୮ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ ଏହି ସମୟ ମଧ୍ୟରେ ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶବ୍ୟାପୀ ୧୦ ଲକ୍ଷରୁ ଅଧିକ ଟିକାକରଣ କେନ୍ଦ୍ର ଖୋଲାଯିବ। ଏହାବ୍ୟତୀତ ଘରେ ଘରେ ପହଞ୍ଚି ଲୋକଙ୍କୁ ଟିକା ଦଆଯିବା ଲାଗି ମଧ୍ୟ ବ୍ୟବସ୍ଥା ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି। ବିଶ୍ଵର ଅନ୍ୟାନ୍ୟ ଦେଶରେ ଯେଉଁ ଟିକା ଦିଆଯାଉଛି, ସେହି ଅନୁରୂପ ମାନକ ଥିବା ଟିକା ଭାରତରେ ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ମେ ୧ରୁ ୧୮ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସମେତ ଅନ୍ୟାନ୍ୟ ବିଭାଗ ଏ ଦିଗରେ କିଛି ମାସ ହେବ କାର୍ଯ୍ୟ କରୁଛନ୍ତି। ଦେଶବ୍ୟାପୀ ଟିକାକରଣ ଯୋଜନାକୁ ଫଳପ୍ରଦ କରିବା ଲାଗି ଗଠିତ କମିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଗାମୀ ସାଢ଼େ ୩ମାସ ଅର୍ଥାତ ଅଗଷ୍ଟ ୧୫ ସୁଦ୍ଧା ସାରା ଦେଶରେ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ଏଥିପାଇଁ ଦେଶର ସମସ୍ତ ରାଜ୍ୟ ସହିତ ସମନ୍ବୟ ରଖାଯାଇଛି।

- Advertisement -

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୩ କୋଟି ୫୦ ଲକ୍ଷ ଲୋକଙ୍କୁ ଟିକାକରଣ କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories