www.samajalive.in
Saturday, December 6, 2025
19.1 C
Bhubaneswar

ଆଜି ରୁକୁଣା ରଥଯାତ୍ରା

ଭୁବନେଶ୍ୱର : ମଙ୍ଗଳବାର ଚୈତ୍ରମାସ ଶୁକ୍ଳପକ୍ଷ ଅଶୋକାଷ୍ଟମୀରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଗତକାଲି ସପ୍ତମୀ ତିଥିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ ପାଳିତ ହୋଇଯାଇଛି। ଚଳିତ ବର୍ଷ କୋଭିଡ କଟକଣାରେ ଶ୍ରୀଜୀଉଙ୍କ ରଥ ପ୍ରତିଷ୍ଠା କରାଯାଇଥିଲା। ମହାରଣା ସେବାୟତ ରଥ ନିର୍ମାଣ ପରେ ଦର୍ଜି ସେବାୟତ ରଥରେ କନା ଲଗାଇଥିଲେ। ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ଶେଷ ପରେ ବଡୁ ସେବାୟତମାନେ ମରିଚି କୁଣ୍ଡରୁ ପାଣି ଆଣି ରଥଖଳାରେ ପହଞ୍ଚାଇଥିଲେ। ପରେ ମନ୍ଦିରର କୁଳ ପୁରୋହିତ, ପୁରୀ ରାଜଗୁରୁ ଓ ୬ଜଣ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପୂଜାସାମଗ୍ରୀ ଯୋଗାଇ ଦିଆଯାଇଥିଲା। ରଥ ପ୍ରତିଷ୍ଠା ପୂର୍ବରୁ ବ୍ରହ୍ମାମୂର୍ତ୍ତିକୁ ମନ୍ଦିର ଭିତରୁ ରଥଖଳାକୁ ଅଣାଯାଇଥିଲା। ବ୍ରାହ୍ମଣ ଓ ବଡୁ ନିଯୋଗ ସେବାୟତ ବ୍ରହ୍ମାମୂର୍ତ୍ତିକୁ ଆଣିଥିଲେ। ରଥ ପ୍ରତିଷ୍ଠା ଶେଷ ପରେ ସମର୍ଥା ସେବାୟତ ରଥରେ ନେତ ବାନ୍ଧିଥିଲେ। ନେତ୍ରୋତ୍ସବ କାର୍ଯ୍ୟ ବିଳମ୍ବିତ ରାତିରେ ଶେଷ ହୋଇଥିଲା। ରଥପ୍ରତିଷ୍ଠା କାର୍ଯ୍ୟ ଶେଷ ପରେ ମନ୍ଦିର ଦକ୍ଷିଣ ଘରେ ପୂଜା ପାଉଥିବା ପଞ୍ଚବକ୍ର ମହାଦେବ ପାରମ୍ପରୀକ ରୀତି ମତେ ପୂଜାପଣ୍ଡା ଓ ପତ୍ରି ସେବକଙ୍କ ଉପସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ।

ରଥଦାଣ୍ଡରେ ଜାରି ହେଲା ୧୪୪

- Advertisement -

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଉପଲକ୍ଷେ କମିସନରେଟ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସ୍ବତନ୍ତ୍ର ନିର୍ଦେଶନାମା ଜାରି ହୋଇଛି। ଏହି ୨ଦିନ ରଥଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
ମାଉସୀମା ଛକଠାରୁ ରଥଦାଣ୍ଡ ଦେଇ କୌଣସି ଗାଡ଼ି ଯାତାୟାତ କରିପାରିବ ନାହିଁ। ମାଉସୀମା’ ଛକଠାରୁ ସବୁ ଗାଡ଼ି ସଂଗ୍ରହାଳୟ ଛକ କିମ୍ବା ବିବେକାନନ୍ଦମାର୍ଗ ଦେଇ ଯାତାୟାତ କରିପାରିବ। ସେହିପରି ରଥଦାଣ୍ଡକୁ ସଂଯୋଗ ହୋଇଥିବା ବାରିକ ସାହି, ମହାରଣା ସାହି, ଗୋସାଗରେଶ୍ବର ଛକ, ଶୀତଳଷଷ୍ଠୀ ଛକ, ତିନିମୁଣ୍ଡିଆ ଛକ, ହରଚଣ୍ଡି ଛକ, ମୁନା ମେଡ଼ିକାଲ ଛକ, ପୁନାମା ଗେଟ୍‌ ରାସ୍ତାଦେଇ କୌଣସି ଯାନବାହନ ଯାତାୟାତ କରିପାରିବେ ନାହିଁ। ଏତଦ୍‌ବ୍ୟତୀତ ରଥଖଳାଠାରୁ ରଥଦାଣ୍ଡ ଦେଇ କୌଣସି ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ସେଗୁଡ଼ିକ ବାଟ ମହାଦେବ ମନ୍ଦିର ପଟରୁ ବିଏମ୍‌ସି ମାର୍କେଟ୍‌ କଂପ୍ଲେକ୍ସ କିମ୍ବା ବିନ୍ଦୁସାଗର ରାସ୍ତା ଦେଇ ଯାତୟାତ କରିପାରିବେ। ଏହି କଟକଣା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜାରି କରାଯାଇଛି। ଉଲ୍ଲଙ୍ଘନକାରୀଙ୍କଠାରୁ ୫୦୦ରୁ ସର୍ବାଧିକ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ସୂଚାଇ ଦିଆଯାଇଛି। ରୁକୁଣା ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ କମିସନରେଟ ପୁଲିସ ପକ୍ଷରୁ ରଥଦାଣ୍ଡରେ ୧୪୪ ଜାରି କରାଯାଇଥିବାବେଳେ ଦିନ ୧୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରଥଦାଣ୍ଡ ଉଭୟ ପାର୍ଶ୍ବରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ ା ୨୩ଟି ସ୍ଥାନରେ ପୁଲିସ ମୁତୟନ ହେବ ବୋଲି ଡିସିପି ଡ. ଉମାଶଙ୍କର ଦାଶ କହିଛନ୍ତି।

ପୁଲିସର ଫ୍ଲାଗ୍‌ ମାର୍ଚ୍ଚ
କୋଭିଡ କଟକଣାରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ସୋମବାର ଅପରାହ୍ଣରେ କମିସନରେଟ ପୁଲିସ ପକ୍ଷରୁ ରଥ ଦାଣ୍ଡରେ ଫ୍ଲାଗ୍‌ ମାର୍ଚ୍ଚ କରାଯିବା ସହ ବେତାରେ ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯା‌ଇ ଲୋକଙ୍କୁ ସଚେତନ କରାଯାଇଥିଲା। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ଡ. ଉମାଶଙ୍କର ଦାଶଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ। ମଙ୍ଗଳବାର ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ସେଠାରେ କିଭଳି କୋଭିଡ କଟକଣା ପାଳନ କରାଯିବ, ସାଧାରଣ ଲୋକଙ୍କୁ ଏଥିରୁ କିପରି ଦୂରେଇ ରଖାଯିବ, ଜନ ଗହଳି ନହେବ ସେନେଇ ପୁଲିସ କର୍ମଚାରୀ ସଚେତନ କରିଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories