www.samajalive.in
Saturday, December 13, 2025
21.1 C
Bhubaneswar

ଖାଁ ଖାଁ କୁମ୍ଭ ପରିସର : ହରିଦ୍ୱାର ଛାଡିଲେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

ହରିଦ୍ୱାର: ସମଗ୍ର ଦେଶରେ କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ କେବଳ ପ୍ରତୀକାତ୍ମକ ଭାବେ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିବାର ଦିନକ ପରେ କୁମ୍ଭମେଳା ପରିସର ଏବେ ଖାଁ ଖାଁ ଲାଗୁଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ରକ୍ଷାକରି ଏବଂ ମେଳାରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନା, ଅଟଳ, ଅଗ୍ନି, ଆହାବାନ, ନିରଞ୍ଜନି ଏବଂ ଆନନ୍ଦ ଭଳି ପ୍ରମୁଖ ସନ୍ନ୍ୟାସୀ ଆଖଡାଗୁଡିକ କୁମ୍ଭମେଳାରୁ ଓହରିଯାଇଛନ୍ତି। ସେମାନେ ସାଧୁସନ୍ଥଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୁମ୍ଭମେଳାରେ ପରିସମାପ୍ତି ଘଟିଲା ବୋଲି ଘୋଷଣା କରିଛନ୍ତି। କ୍ରମାଗତ ଦୁଇଦିନ ଧରି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଏଠାରୁ ଫେରିବା ଆରମ୍ଭ ହୋଇଛି। ଉତ୍ତରାଖଣ୍ଡରେ ରବିବାର ଦିନ ରାଜ୍ୟବ୍ୟାପୀ ଲକ୍‍ଡାଉନ ଲାଗୁ ହେବା କାରଣରୁ ଗତକାଲି ଯାଇ ପାରିନଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ ଆଜି ସକାଳୁ ନିଜ ନିଜ ସ୍ଥାନକୁ ଫେରିଯାଉଛନ୍ତି।
ଇତିମଧ୍ୟରେ ପ୍ରାୟ ୮୫ ପ୍ରତିଶତ ସାଧୁସନ୍ଥ ଯାଇସାରିଥିବାବେଳେ ଆଉ ଅଳ୍ପ କେତେଜଣ ଚଳିତ ମାସ ୨୭ ତାରିଖରେ ଶେଷ ସାହିସ୍ନାନ ଅବସରରେ ପ୍ରତୀକାତ୍ମକ ବୁଡ ପକାଇବାକୁ ଅପେକ୍ଷା କରିଛନ୍ତି। ବୈରାଗୀ ଓ ଉଦାସୀନ ଗୋଷ୍ଠୀ କୁମ୍ଭ ପରିସରରେ ରହିବେ ଏବଂ ଶେଷ ସାହିସ୍ନାନରେ ଅଂଶଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ସେମାନଙ୍କ ଶିବିରଗୁଡିକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମଧ୍ୟ ମାତ୍ରାଧିକ ହ୍ରାସପାଇଛି। ତତ୍‍ସହିତ ରବିବାର ଦିନ ହର-କି-ପଉରି ଘାଟରେ ଗଙ୍ଗା ଆରତି ଅବସରରେ ଖୁବ କମ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଲକ୍ଷ୍ୟ କରାଯାଇଥିଲା।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories