www.samajalive.in
Friday, December 12, 2025
26.1 C
Bhubaneswar

ଡି’ଭିଲିଅର୍ସ, ମ୍ୟାକ୍ସୱେଲ ପ୍ରହାର : ଆର୍‌ସିବିର ହ୍ୟାଟ୍ରିକ୍ ବିଜୟ

ଚେନ୍ନଇ : ଦୁଇ ବିଦେଶୀ ଖେଳାଳି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ ଏବି ଡି’ଭିଲିଅର୍ସଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ରବିବାର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଫଳରେ ଚଳିତ ଆଇପିଏଲ୍‌ରେ ପ୍ରଥମ ଦଳ ଭାବେ ପ୍ରଥମ ୩ଟିରୁ ୩ଟି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ଆର୍‌ସିବି। ରବିବାର ଆର୍‌ସିବି ସହଜରେ ୩୮ ରନ୍‌ରେ କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି। ମ୍ୟାକ୍ସୱେଲ୍‌ ଓ ଡି’ଭିଲିଅର୍ସଙ୍କ ବିସ୍ଫୋରକ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ବାଙ୍ଗାଲୋର ୪ ୱିକେଟ୍‌ରେ ୨୦୪ ରନ୍ କରିଥିଲା। ପରେ ନିୟମିତ ୱିକେଟ ହରାଇ କେକେଆର୍ ୨୦ ଓଭର ଶେଷରେ ୮ ୱିକେଟ ହରାଇ ୧୬୬ ରନ୍ କରିଥିଲା। ୩ୟ ମ୍ୟାଚ୍‌ରେ କେକେଆର୍‌ର ଏହା ୨ୟ ପରାଜୟ।
୨୦୫ ରନ୍‌ ଲକ୍ଷ୍ୟରେ କେକେଆର୍‌ର ଓପ୍‌ନର ଶୁବ୍‌ମାନ ଗିଲ୍‌ ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ୨ୟ ଓଭରରେ ଆଉଟ ହୋଇଥିବା ଗିଲ୍‌ ୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୨ ରନ୍‌ କରିଥିଲେ। ପରେ ରାହୁଲ ତ୍ରିପାଠୀ ୨୦ ବଲ୍‌ରୁ ୫ଟି ଚୌକା ସହ ୨୫ ଏବଂ ନୀତୀଶ ରାଣା ୧୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌ କରିଥିଲେ। କେକେଆର୍ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ଯୋଗୁଁ ଆବଶ୍ୟକ ରନ୍‌ ହାରଠାରୁ ପଛରେ ପଡ଼ି ଯାଇଥିଲା। ଦିନେଶ କାର୍ତ୍ତିକ ୨ ରନ୍ କରିଥିଲେ। ଅଧିନାୟକ ଇଓନ୍ ମୋର୍ଗାନ୍ ଓ ସାକିବ୍‌ ଅଲ୍‌ ହାସନ୍‌ ୫ମ ୱିକେଟ ପାଇଁ ୪୦ ରନ୍ ଯୋଡ଼ିଥିଲେ। ବାମହାତି ମୋର୍ଗାନ୍ ୨୩ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୯ ଏବଂ ସାକିବ୍ ୨୫ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୬ ରନ୍‌ କରିଥିଲେ। ଆ​‌େ​‌ନ୍ଦ୍ର ରସେଲଙ୍କୁ ୧୪ଶ ଓଭରରେ ବ୍ୟାଟିଂ ପଠାଇବାରୁ କିଛି ଲାଭ ମିଳିନଥିଲା। ୫ ଓଭରରୁ ୭୯ ରନ୍ ଆବଶ୍ୟକ ଥିବା ବେଳେ ୧୬ଶ ଓଭରରେ ରସେଲ ୨୦ ରନ୍ ମାରିଥିଲେ। ତେବେ ୨ ଓଭରରୁ ୪୪ ଆବଶ୍ୟକ ଥିବା ବେଳେ ୧୯ଶ ଓଭରରେ ରସେଲ ମାତ୍ର ୧ ରନ୍‌ ନେଇ ଶେଷ ଓଭରର ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ରସେଲ ୨୦ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୧ ରନ୍ କରିଥିଲେ। କାଏଲ୍‌ ଜେମିସନ୍ ୩ଟି ଏବଂ ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଏବି ଡି’ଭିଲିଅର୍ସ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ ନେଇଥିଲା। ୨ୟ ଓଭରରେ ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ନେଇଥିଲେ। ରାହୁଲ ତ୍ରିପାଠୀଙ୍କ ଦର୍ଶନୀୟ କ୍ୟାଚ୍‌ରେ ଅଧିନାୟକ ବିରାଟ କୋହଲି (୫) ଓ ରଜତ ପଟିଦାର ୧ ରନ୍‌ କରିଥିଲେ। ୨ୟ ୱିକେଟ ପାଇଁ ପାଡିକଲ ଓ ମ୍ୟାକ୍ସୱେଲ୍‌ ୯ ଓଭରରେ ୮୬ ରନ୍‌ ଯୋଡ଼ିଥିଲେ। ପାଡିକଲ ୨୮ ବଲ୍‌ରୁ ୨ଟି ଚୌକା ସହ ୨୫ ରନ୍ କରିଥିଲା। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ମ୍ୟାକ୍ସୱେଲ୍‌ ଓ ଡି’ଭିଲିଅର୍ସ। ଦୁହେଁ ୫ ଓଭରରେ ୫୩ ରନ୍ ଯୋଡ଼ିଥିଲେ। ୨୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିବା ମ୍ୟାକ୍ସୱେଲ୍‌ ୪୯ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୭୮ ରନ୍‌ କରି ଆଉଟ ହୋଇଥିଲେ। ଡି’ଭିଲିଅର୍ସଙ୍କ ପ୍ରହାର ଯୋଗୁଁ ଶେଷ ୩ ଓଭରରୁ ଆର୍‌ସିବି ୫୬ ରନ୍ ନେଇଥିଲା। ଡି’ଭିଲିଅର୍ସ ୩୪ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୭୬ ରନ୍‌ କରି ଅପରାଜିତ ଥିଲେ। କାଏଲ୍‌ ଜେମିସନ୍ ୪ ବଲ୍‌ରୁ ୧୧ ରନ୍‌କରି ଅପରାଜିତ ଥିଲେ। ବରୁଣ ଚକ୍ରବର୍ତ୍ତୀ ୨ଟି ୱିକେଟ ନେଇଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories