www.samajalive.in
Sunday, December 14, 2025
26.1 C
Bhubaneswar

ଆମଦାନୀ ହେବ ୫୦ହଜାର ଟନ୍‌ ଅମ୍ଳଜାନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଡାକ୍ତରଖାନାରେ ବ୍ୟବହାର ଲାଗି ଆବଶ୍ୟକ ଅମ୍ଳଜାନର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ସଂକ୍ରମଣ ବ୍ୟାପକ ହୋଇଥିବାବେଳେ ଅମ୍ଳଜାନର ଆବଶ୍ୟକତା ଜରୁରୀ ହୋଇଛି। ଗୁରୁତର ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଲାଗି ଅମ୍ଳଜାନର ଆବଶ୍ୟକତା ପଡିଥାଏ। ତେଣୁ ଅମ୍ଳଜାନର ଉତ୍ପାଦନ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ ଏକ ସମନ୍ବିତ ସମୀକ୍ଷା ବୈଠକ କରିଥିବା ପିଏମଓ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ, ଇସ୍ପାତ, ସଡକ ପରିବହନ, ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ (ଡିପିଆଇଆଇଟି)କୁ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମ୍ଳଜାନ ଉତ୍ପାଦନ ବୃଦ୍ଧି ପାଇଁ ସମସ୍ତ ବିଭାଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟର ଆବଶ୍ୟକତା ରହିଛି। ଦେଶର ୧୨ଟି ରାଜ୍ୟରେ ସଂକ୍ରମଣ ବ୍ୟାପକ ହୋଇଥିବାବେଳେ ଏଠାକୁ କେତେ ପରିମାଣର ଅମ୍ଳଜାନ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ କେତେ ଅମ୍ଳଜାନ ଉତ୍ପାଦନ ହେବ, କେତେ ଅମ୍ଳଜାନ ମହଜୁଦ ଅଛି ସେ ବାବଦରେ ପ୍ରଧାନମନ୍ତ୍ରୀ ଅବଗତ ହୋଇଥିଲେ। ଏହା ସହିତ ଅମ୍ଳଜାନ ପରିବହନକୁ ମୁକ୍ତ, ଅବାଧ ଓ ୨୪ଘଣ୍ଟା ପରିବହନକୁ ନିଶ୍ଚିତ କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଅମ୍ଳଜାନ ଉତ୍ପାଦନ ଉତ୍ପାଦନ ବୃଦ୍ଧି ପାଇଁ ​‌େ​‌ଦଶର ୧୦୦ଟି ଡାକ୍ତରଖାନାରେ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିପାଇଁ ପିଏମ୍ କେୟାର୍ସ ପାଣ୍ଠିରୁ ଅର୍ଥ ବିନିଯୋଗ ହେବ। ଅନ୍ୟପଟେ ଅମ୍ଳଜାନ ଆବଶ୍ୟକତା ପୂରଣ ପାଇଁ ଦରକାର ପଡିଲେ ସରକାର ଏହାକୁ ଆମଦାନୀ କରିବେ। କେନ୍ଦ୍ର ସରକାର ପ୍ରାୟ ୫୦,୦୦୦ ମେଟ୍ରିକ ଟନ୍ ଅମ୍ଳଜାନ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଦେଶରେ କରୋନା ସଂକ୍ରମଣକୁ ନେଇ ବିଭିନ୍ନ ରାଜ୍ୟ ସରକାର ଆନ୍ତଃ ରାଜ୍ୟ ପରିବହନ ଉପରେ କଟକଣା ଲାଗୁ କରିଥିବାବେଳେ ତାଲାବନ୍ଦ ଓ ସୀମା ସିଲ୍ ଭଳି ପଦକ୍ଷେପ ନେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ସରଳ ଓ ସହଜ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଔଷଧ, ଖାଦ୍ୟସାମଗ୍ରୀ ପରିବହନକୁ ନିଶ୍ଚିତ କରିବାକୁ ଖାଉଟି ବ୍ୟାପାର ଅତିରିକ୍ତ ସଚିବ ନିଧି ଖାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରମୁଖ ଶାସନ ସଚିବଙ୍କୁ ପତ୍ର ଲେଖିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories