www.samajalive.in
Friday, December 12, 2025
23.1 C
Bhubaneswar

କରୋନା କଟକଣା ମଧ୍ୟରେ ପାଳନ ହେଉଛି ପଣାସଂକ୍ରାନ୍ତି

ଭୁବନେଶ୍ୱର: ଓଡ଼ିଆ ପଞ୍ଜିକା ଗଣନା ଅନୁସାରେ ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ହନୁମାନ ଜୟନ୍ତୀ। ଏହି ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯିବା ସହ ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ।  ଏହି ଅବସରରେ ଦେବାଦେବୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଛତୁଆ ଓ ପଣା ଭୋଗର ବିଧି ରହିଛି।ଏହାସହ ବୃନ୍ଦାବତୀଙ୍କ ନିକଟରେ ଠେକି ବନ୍ଧା ହୋଇ ଛତୁଆ ଭୋଗ ଅର୍ପଣ ସହ ସ୍ୱତନ୍ତ୍ର ପୂଜା କରାଯାଇଥାଏ।
ମାତ୍ର ଚଳିତ ବର୍ଷ କରୋନା ମହାମାରୀ ହେତୁ କେବଳ କଟକଣା ମଧ୍ୟରେ ସମସ୍ତ ମନ୍ଦିରମାନଙ୍କରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ କେବଳ ସୀମିତ ପୂଜକମାନେ ପୂଜାର୍ଚ୍ଚନା କରୁଛନ୍ତି। ସାମୂହିକ ଭାବେ ପଣା ବଣ୍ଟନ ଉପରେ ମଧ୍ୟରେ କଟକଣା ଜାରି ହୋଇଛି। ଏହାସହ ସର୍ବସାଧାରଣ ସ୍ଥାନରେ ମଧ୍ୟ ଲୋକେ ଏକାଠି ପୂଜାର୍ଚ୍ଚନା କରିବା , ପଣା ପିଇପାରିବେ ନାହିଁ ବୋଲି ନିୟମ ଲାଗୁ କରାଯାଇଛି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories