www.samajalive.in
Wednesday, December 10, 2025
26.1 C
Bhubaneswar

ଅଖିଳେଶ କରୋନା ସଂକ୍ରମିତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ବୁଧବାର ସକାଳେ ସେ ଟ୍ବିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି। ଏହା ପରେ ସେ ନିଜକୁ ଘରେ ଆଇସୋଲେଶନରେ ରଖିଛନ୍ତି।

ଅଖିଳେଶ ଟ୍ବିଟ୍‌ କରି କହିଛନ୍ତି, ଆଜି ତାଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ନିଜକୁ ନିଜେ ଘରେ କ୍ବାରେଣ୍ଟାଇନରେ ରହିଛି। ନିକଟ ଅତୀତରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନେ ନିଜର କରୋନା ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ନିକଟରେ ଅଖିଳେଶ ଯାଦବ ଉତ୍ତରାଖଣ୍ଡର ହରିଦ୍ବାରରେ ଚାଲିଥିବା କୁମ୍ଭ ମେଳାକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ତାଙ୍କର ସମର୍ଥକ ଏବଂ ଅନେକ ସାଧୁସନ୍ଥଙ୍କୁ ଭେଟିଥିଲେ। ଏହି ସମୟରେ ଅଖିଳେଶ ଏକ ଦାୟିତ୍ଵହୀନତାର ପରିଚୟ ମଧ୍ୟ ଦେଇଥିଲେ। କରୋନା ପଜିଟିଭ ଚିହ୍ନଟ ହୋଇଥିବା ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଅଖିଳେଶ ସାକ୍ଷାତ କରିଥିଲେ। ଏହାର ଦୁଇଦିନ ପରେ ସେ ବି ସଂକ୍ରମିତ ହୋଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories