www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ ସଂକ୍ରମଣ ବୃଦ୍ଧି ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିପାରେ: ମୁଡିସ୍‍

ନୂଆଦିଲ୍ଲୀ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଥିବାବେଳେ ବିଭିନ୍ନ ଅଞ୍ଚଳରେ ପୁନଃ ଲକ୍‍ଡାଉନ ଆରମ୍ଭ ହୋଇଛି। ଦେଶର ବାଣିଜ୍ୟ ରାଜଧାନୀ ଭାବେ ପରିଚିତ ମହାରାଷ୍ଟ୍ର ଏହାଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏହି କାରଣରୁ ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଉପଭୋକ୍ତାଙ୍କ ଖର୍ଚ୍ଚ କରିବାର କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପଡିବା ଆଶଙ୍କା ଦେଖାଦେଇଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଲକ୍‍ଡାଉନ ଲାଗୁ କରାଯିବା ଏବଂ ଶିଳ୍ପ, କୃଷି ଭଳି କାର୍ଯ୍ୟକୁ ଏଥିରୁ ବାଦ୍‍ ଦିଆଯିବା ଦ୍ୱାରା ଅର୍ଥନୀତି ଉପରେ ଯେତିକି ପ୍ରତିକୂଳ ପ୍ରଭାବ ପଡିବା କଥା ତାହା କମ୍‍ ରହିବ ବୋଲି ବିଶ୍ୱସ୍ତରୀୟ ରେଟିଂ ସଂସ୍ଥା ମୁଡିସ୍‍ ପକ୍ଷରୁ ତାହାର ରିପୋର୍ଟରେ କୁହାଯାଇଛି। ଟିକାକରଣକୁ ବ୍ୟାପକ କରାଯିବା ଦ୍ୱାରା ଭାରତରେ ଦେଖାଦେଇଥିବା କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ପ୍ରତିହତ କରାଯାଇପାରିବ। ତେବେ ଟିକାର ଅଭାବ ଏହି ପ୍ରୟାସ ପ୍ରତି ବାଧା ଉପୁଜାଇପାରେ ବୋଲି ଏହା ଆଶଙ୍କା କରିଛି।
୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ୧୩.୭% ହେବା ସମ୍ଭାବନା ରହିଛି ବୋଲି ମୁଡିସ୍‍ ପକ୍ଷରୁ ତାହାର ଫେବ୍ରୁଆରୀ ରିପୋର୍ଟରେ କୁହାଯାଇଥିଲା। ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରବର୍ତ୍ତୀ ସମୟରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ୱାଭାବିକ ଅବସ୍ଥାକୁ ଫେରିବା ପରେ ତାହାକୁ ଲକ୍ଷ୍ୟକରି ମୁଡିସ୍‍ ଏଭଳି ଆକଳନ କରିଥିଲା। ଅନୁରୂପ ଭାବରେ ଚଳିତ ମାସ ପ୍ରଥମ ଭାଗରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭାରତୀୟ ଅର୍ଥନୀତି ୨୦୨୧-୨୨ ବର୍ଷରେ ୧୨.୫% ଅଭିବୃଦ୍ଧି ହାସଲ କରିବା ନେଇ ଆକଳନ କରିଥିଲା। ଏହା ମଧ୍ୟ କହିଛି ଯେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ପରିପ୍ରେକ୍ଷୀରେ ଏହି ଆକଳନରେ ହ୍ରାସ କରାଯାଇପାରେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories