www.samajalive.in
Saturday, December 13, 2025
26.1 C
Bhubaneswar

ଆଶ୍ରୀତଙ୍କ ପାଇଁ ଭୋଟ୍‍ ପ୍ରଚାର କଲେ ସାଂସଦ ଅପରାଜିତା

ପିପିଲି : ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ପାଇଁ ସୋମବାର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଓ ଷ୍ଟାର ପ୍ରଚାରକ ଅପରାଜିତା ଷଡଙ୍ଗୀ। ଆଶ୍ରୀତଙ୍କ ସହ ସେ ବିଶାଳ ଶୋଭାଯାତ୍ରାରେ ଲକ୍ଷ୍ମୀନାରାୟଣପୁର, ପୁବାଶାସନ, ପମସରା, ପୋପରଙ୍ଗା, ଓରକଳ, ଭାରତୀପୁର, ପାଣିଦୋଳ, କଣ୍ଟି ଓ ହରିରାଜପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ରୋଡ୍‍ ସୋ ସହ ପଥପ୍ରାନ୍ତ ସଭାରେ ଭୋଟ୍‍ ପ୍ରଚାର କରିବା ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ଏହି ନିର୍ବାଚନମଣ୍ଡଳୀରେ ୨୨ହଜାରରୁ ଅଧିକ ଫଣି’ କ୍ଷତିଗ୍ରସ୍ତ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ରାଶି ପାଇନଥିବା ବେଳେ ସାଉରିଆ, ଜଗନ୍ନାଥପୁର ଆଦି ପଞ୍ଚାୟତର ଅନେକ ବିପନ୍ନ ପରିବାର ଏବେବି’ ଜରିପାଲ ତଳେ ବାସ କରୁଥିବା ସଂପର୍କରେ ଶ୍ରୀମତୀ ଷଡଙ୍ଗୀ ବିଭିନ୍ନ ପଥପ୍ରାନ୍ତ ସଭାରେ ଫଟୋ ଦେଖାଇ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୨୦୧୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କୁ ୧୦ହଜାର ୫୪୨ କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ଫଣି’ ବାତ୍ୟାକୁ ଇତିମଧ୍ୟରେ ଦୁଇ ବର୍ଷ ପୁରିବାକୁ ବସିଥିବାବେଳେ ଆଜି ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ପରିବାର ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ନିର୍ବାଚନମଣ୍ଡଳୀରେ ୨ ହଜାରରୁ ଅଧିକ ପରିବାର ଚିଟଫଣ୍ଡ ଠକେଇରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନେ ନିଜ ଟଙ୍କାକୁ ଫେରିପାଇଲେ ନାହିଁ। ସରକାରଙ୍କ ଅପାରଗତା ହିଁ ଏଥିପାଇଁ ଦାୟୀ ବୋଲି ସେ ଅଭିଯୋଗ କରିବା ସହ ନାରୀ ସୁରକ୍ଷା, ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସହ ମହିଳାଙ୍କ ମର୍ଯ୍ୟାଦା ରକ୍ଷା କରାଯିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିଥିଲେ। ଏଠାକାର ବହୁ ଅଞ୍ଚଳରେ ଚାଷ ଜମିକୁ ପର୍ଯ୍ୟାପ୍ତ ପରିମାଣର ଜଳସେଚନର ସୁବିଧା ଯୋଗାଇ ନଦେଇ ଲୋକଙ୍କ ଠାରୁ ଜଳକର ଆଦାୟ କରାଯାଉଥିବା ସଂପର୍କରେ ସେ ଗୁରୁତର ଅଭିଯୋଗ କରିବା ସହ ପିପିଲି-ଡେଲାଙ୍ଗର ଦୁଃଖ କୁହାଯାଉଥିବା ଦୟାନଦୀର ମାଧିପୁର କାଜ ଠାରେ ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇନଥିବା କହିଥିଲେ। ଫଳରେ ସାମାନ୍ୟ ବନ୍ୟାପାଣି ଆସିଲେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ସହ ଅନେକ ଚାଷ ଜମି ନଷ୍ଟ ହେଉଥିବା ଯୋଗୁଁ ଏହା କିପରି ସୁଶାସନ ବୋଲି ସେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିଲେ।

ପିପିଲିର ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାରଙ୍କ କୌଣସି ଚିନ୍ତା ନାହିଁ। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଓଡ଼ିଶା ପ୍ରତି ସ୍ୱପ୍ନ ରହିଥିବା ବେଳେ ପିପିଲି ନିର୍ବାଚନମଣ୍ଡଳୀବାସୀଙ୍କ ଆଶୀର୍ବାଦ ରହିଲେ ଏହି ଠାରୁ ହିଁ ପରିବର୍ତ୍ତନର ଯାତ୍ରା ଆରମ୍ଭ ହେବ ବୋଲି ସେ କହିଥିଲେ। କେନ୍ଦ୍ର ମୋଦୀ ସରକାରଙ୍କ ବିକାଶ ମୂଳକ ଯୋଜନା ସଂପର୍କରେ ସେ ଆଲୋକପାତ କରିବା ସହ ପିପିଲିକୁ ଏକ ବିକାଶଶୀଳ ଅଞ୍ଚଳ ଭାବେ ଗଢି ତୋଳିବାର ଲକ୍ଷ୍ୟ ନେଇ ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କୁ ଜିତାଇବା ପାଇଁ ଅଞ୍ଚଳବାସୀଙ୍କୁ ସେ ନିବେଦନ କରିଥିଲେ। ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ପୂର୍ବତନ ସରପଞ୍ଚ ପ୍ରଦୀପ ସାହୁ, ସୁବୋଧ ମହାନ୍ତି, ସରପଞ୍ଚ ଶୁଭାଶିଷ ରଥ ପ୍ରମୁଖ ପ୍ରଚାର କାର୍ଯ୍ୟକୁ ପରିଚାଳନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories