www.samajalive.in
Saturday, December 13, 2025
26.1 C
Bhubaneswar

କେରଳ ବନ୍ୟା: କୋଚି ବିମାନ ବନ୍ଦର ଶନିବାର ପର୍ଯ୍ୟନ୍ତ ବନ୍ଦ, ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧି

ତିରୁଅନନ୍ତପୁରମ : କେରଳରେ ଶୋଚନୀୟ ବନ୍ୟା ପରିସ୍ଥିତି ଯୋଗୁଁ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଅଗଷ୍ଟ ୧୮ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି ଓ ସମସ୍ତ ବିମାନ ଚଳାଚଳକୁ ବାତିଲ କରିଦିଆଯାଇଛି । ପେରିୟାର ନଦୀ ବନ୍ୟା ଜଳ ବିମାନ ବନ୍ଦରରେ ପ୍ରବେଶ କରିବା ପରେ ଏହି ପଦକ୍ଷେପ ନିଆଯାଇଛି। କେରଳରେ ଗତ କିଛି ଦିନ ଧରି ମୂଷଳଧାରାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଫଳରେ କେରଳର ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପେରିୟାର ନଦୀ ଜଳସ୍ତର ବୁଧବାର ବିପଦ ସଂକେତ ଉପରେ ପ୍ରବାହିତ ହୋଇ ଜନବସତି ଆଡକୁ ମାଡ଼ିଯାଇଛି। ବନ୍ୟା ଜଳ ପ୍ରବେଶ କରିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ। କେରଳରେ ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ବର୍ଷା ଓ ବନ୍ୟା ଜନିତ ଦୁର୍ଘଟଣାରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ମଲପୁରମଠାରେ ଏକ ଘର ଭୁଶୁଡ଼ି ଏକ ଦମ୍ପତି ଏବଂ ତାଙ୍କ ୬ ବର୍ଷର ପିଲାର ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ଜଳସ୍ତର ବୃଦ୍ଧି ପାଉଥିବାରୁ ରାଜ୍ୟର ୩୩ଟି ବନ୍ଧ ଗେଟ୍‍ ଖୋଲି ଦିଆଯାଇଛି। ବୁଧବାର କେରଳର ୫ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି। ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତିରେ ସୁଧାର ଆସୁନାହିଁ। ମୁନ୍ନାର ପାହାଡ଼ିଆ ଅଞ୍ଚଳକୁ ନ ଯିବା ପାଇଁ ପର୍ଯ୍ୟଟକଙ୍କୁ ସତର୍କ କରାଇ ଦିଆଯାଇଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୧୪ଟି ଦଳ ଓ ରାଜ୍ୟ ଅଗ୍ନିଶମ ବିଭାଗ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧିକାରୀମାନେ ନିୟୋଜିତ ଅଛନ୍ତି। ରାଜ୍ୟ ପାଣିପାଗ ବିଭାଗ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରିଛି। ଫଳରେ ରାଜ୍ୟର ୱାୟାନାଡ଼, କୋଝିକୋଡ଼, କନ୍ନୁର, କାସାରାଗୋଡ଼, ମଲପୁରମ, ପଲକଜ, ଇଡୁକି ଏବଂ ଏର୍ଣ୍ଣାକୁଲମରେ ଗୁରୁବାର ପର୍ଯ୍ୟନ୍ତ ରେର୍ଡ ଆଲର୍ଟ ଜାରି କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories