www.samajalive.in
Saturday, December 13, 2025
26.1 C
Bhubaneswar

ମଙ୍ଗଳାବାଗ ଥାନାରେ ଏତଲା ଦେଲେ କନଷ୍ଟେବଳ ମହମ୍ମଦ ମୌସିମ, ହାଇଦର ଫେରାର ପଛରେ ପରିବାର

ଭୁବନେଶ୍ଵର: ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଫେରାର ଘଟଣାରେ ମିଳିଲା ବଡ଼ ସୂଚନା। ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର୍‌ କରାଇଥିବା ଅଭିଯୋଗ ହୋଇଛି। ମଙ୍ଗଳାବାଗ ଥାନାରେ ହୋଇଥିବା ଏତଲାରୁ ଏହି ସୂଚନା ମିଳିଛି। ସେ ସମୟରେ ଡ୍ୟୁଟିରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ କଟକ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି। ପରିବାର ଲୋକ ହିଁ ହାଇଦରଙ୍କୁ ଫେରାର କରିଥିବା ମହମ୍ମଦ ମୌସିମ ଏତଲାରେ ଦର୍ଶାଇଛନ୍ତି। ହାଇଦରଙ୍କ ପାଖକୁ ତାଙ୍କର ସମ୍ପର୍କୀୟ ଆସୁଥିବା ଏତଲା ଲେଖିଛନ୍ତି ମୌସିମ। ହାଇଦରଙ୍କ ପାଖକୁ ତାଙ୍କର ପୁଅ, ଭାଇ କାଳିଆ, ପୁତୁରା କାଲା ନିୟମିତ ଆସୁଥିଲେ। ତାଙ୍କର ଶାଳକ ଗୋରା, ସାନ ଜ୍ଵାଇଁ ପ୍ରମୁଖ କ୍ୟାବିନ୍‌କୁ ଆସି କଥା ହେଉଥିଲେ। ଅପ୍ରିଲ୍‌ ୧୦ତାରିଖ ଅପରାହ୍ଣ ୪.୩୦ରେ ମୁଁ ଡ୍ୟୁଟିରେ ଥିଲି ଓ ତାଙ୍କୁ ଜଗିଥିଲି। ଏ ସମସ୍ତ ଲୋକ ହାଇଦରଙ୍କ ପାଖକୁ ଆସି ମୋ ଉପରକୁ ବିଷାକ୍ତ ପଦାର୍ଥ ଫିଙ୍ଗିଥିଲେ। ସେହି ବିଷାକ୍ତ ପଦାର୍ଥ ପ୍ରଭାବରେ ମୁଁ ଅଚେତ ହେବା ପରେ ହାଇଦର କୁଆଡ଼େ ପଳାଇଥିଲା ବୋଲି କନଷ୍ଟେବଳ ମହମ୍ମଦ ମୌସିମ ମଙ୍ଗଳାବାଗ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଥିବା ଜଣାପଡ଼ିଛି।
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ଏବେ କେଉଁଠି ଅଛି? ଫେରାର ହେବାକୁ ୩୬ ଘଣ୍ଟା ବିତି ସାରିଥିଲେ ମଧ୍ୟ ତା’ର ପତ୍ତା ପାଇନି କମିଶନରେଟ୍‌ ପୁଲିସ୍‌। ସେପଟେ କଟକ ବଡ଼ ମେଡିକାଲ୍‌ରୁ ଆସିଛି ହାଇଦର ଫେରାର ପୂର୍ବର ଫଟୋ। ଫଟୋରେ ହାଇଦର ହସ୍ପିଟାଲ୍‌ ବେଡ୍‌ରେ ବସିଥିବା ନଜର ଆସିଛି।


ଗତ ଶନିବାର ଏସ୍‌ସିବି ମେଡିକାଲ୍‌ରେ ସୁରକ୍ଷା କର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍‌ ପୁଲିସ କଟକ ଜିଲାର ସୀମାକୁ ସିଲ୍‌ କରି ରାତି ତମାମ ଖାନତଲାସୀ କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ହାଇଦରକୁ ଧରିବା ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ପୁଲିସର ଯୋଗାଯୋଗରେ ଓଡ଼ିଶା ପୁଲିସ। ଏହାଛଡ଼ା ରେଳ ଷ୍ଟେସନରେ ଯାତ୍ରୀଙ୍କୁ ହାଇଦର ଫଟୋ ଦେଖାଇ ଅବଗତ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories