www.samajalive.in
Sunday, December 14, 2025
23.1 C
Bhubaneswar

କ୍ଷମତା ମୋହ: ସଂକ୍ରମଣ ବଢ଼ିବା ସତ୍ବେ କଟକଣା ଲଗାଇଲେନି ସରକାର, ଗ୍ରାମବାସୀ ନିଜେ ଲାଗୁ କଲେ ଲକ୍‌ଡାଉନ

ମଧ୍ୟପ୍ରଦେଶରେ କରୋନା ଭୂତାଣୁର ୨ୟ ତରଙ୍ଗ ଦ୍ରୁତଗତିରେ ମାଡ଼ି ଚାଲିଛି। ରାଜ୍ୟରେ ପ୍ରତିଦିନ ସଂକ୍ରମଣ ବଡୁଥିବାରୁ ସରକାର ଅଧିକାଂଶ ସହରାଞ୍ଚଳରେ ସପ୍ତାହନ୍ତ ଲକଡାଉନ ଲାଗୁ କରିଛନ୍ତି। କିନ୍ତୁ ଉପନିର୍ବାଚନ ଯୋଗୁ ସରକାର ଦମୋହ ଜିଲାରେ ଲକଡାଉନ ଘୋଷଣା କଲେନାହିଁ। ତେଣୁ ଜିଲା ଅନ୍ତର୍ଗତ ଏକ ସହରର ବାସିନ୍ଦାମାନେ ସରକାରଙ୍କ ବିନା ଆଦେଶରେ ନିଜେ ଦୁଇଦିନିଆ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ପଚାରିଥିଲେ ଯେ, ସାରା ରାଜ୍ୟରେ ସପ୍ତାହନ୍ତ ଲକଡାଉନ ଲାଗୁ ହୋଇଛି, କିନ୍ତୁ ଦମୋହ ଜିଲାରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ଲକଡାଉନ କ’ଣ ପାଇଁ ଲାଗୁ କରାଯାଇନାହିଁ। ଏହି ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦମୋହ ଜିଲା ଉପରେ ଏବେ ତାଙ୍କର ଅଧିକାର ନାହିଁ। ଉପନିର୍ବାଚନ ସକାଶେ ତାହା ନିର୍ବାଚନ ଆୟୋଗଙ୍କ ଅଧିକାର କ୍ଷେତ୍ରରେ ରହିଛି। ତେଣୁ ସରକାର ସେଠାରେ ଲକଡାଉନ ଲାଗୁ କରିନାହାନ୍ତି।

- Advertisement -

ଅନ୍ୟପଟେ ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖି ଦମୋହ ଜିଲା ଅନ୍ତର୍ଗତ ହଟା ବ୍ଲକର ହିନୋତା ଅଞ୍ଚଳର ଲୋକମାନେ ପ୍ରଶାସନର ଆଦେଶକୁ ଅପେକ୍ଷା ନ କରି ସପ୍ତାହନ୍ତ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଲକ୍‌ଡାଉନ ସମୟରେ ହିନୋତା ଅଞ୍ଚଳର ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା ଏବଂ ଲୋକମାନେ ବି ଘରୁ ବାହାରକୁ ବାହାରି ନ ଥିଲେ। ସ୍ଥାନୀୟ ଲୋକେ କହିଛନ୍ତି, ଦରକାର ପଡ଼ିଲେ ଏହାକୁ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ଲାଗୁ କରାଯିବ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories