www.samajalive.in
Saturday, December 13, 2025
26.1 C
Bhubaneswar

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ରାମନାଗୁଡା: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ସାମାଜିକ ଦୂରତା ଓ ବ୍ୟାପକ ସଚେତନତା ସୃଷ୍ଟିକରିବା ଦିଗରେ ଗୁରୁତ୍ୱାରୋପ କରି ସମଗ୍ର ରାଜ୍ୟରେ ସୀମାନ୍ତ ସିଲ୍ ନେଇ କଟକଣା ଜାରି କରାଯାଇଛି। ଏହାର କାର୍ଯ୍ୟକାରୀତା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜୋରଦାର୍ ପ୍ରୟାସ ଜାରି ରହିଛି। କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରେ ରଖି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସିଲ୍ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ କାଟିକି ଗ୍ରାମ ନିକଟରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗୁଣୁପୁର ଉପଜିଲ୍ଲାପାଳ ଜେ ସୋନାଲ। ତେବେ ସୀମାନ୍ତ ଦେଇ ଚଳାଚଳ କରୁଥିବା ଯାନବାହନ ସମ୍ପର୍କରେ ତିକ୍ଷ୍‍ଣ ନଜର ରଖାଯିବାକୁ ଥିବା ବେଳେ ପଡୋଶୀ ରାଜ୍ୟମାନଙ୍କରେ ବଢୁଥିବା କରୋନା ସ୍ଥିତି ଉଦବେଗଜନକ ରହିଥିବା କାରଣରୁ ସୀମାନ୍ତ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ କହିଛନ୍ତି। ହୁ ହୁ ହୋଇ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ନିଷ୍ପତ୍ତି ଗ୍ରହଣ କରିଛି। ସେହିପରି ସୀମାନ୍ତରେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇ ୨୪ଘଣ୍ଟିକା ପହରା ଦିଆଯିବା ସହ ସୀମାନ୍ତରେ ସ୍ଥିତି ପରଖିଛନ୍ତି। ପଡୋଶୀ ରାଜ୍ୟମାନଙ୍କରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଆରଟି-ପିସିଆର ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କାଟିକି ସୀମାନ୍ତ ଦେଇ ଯେଉଁ ବ୍ୟକ୍ତି ଓଡିଶା ଭିତରକୁ ପ୍ରବେଶ କରିବେ ସେମାନଙ୍କ କୋଭିଡ଼ ପରୀକ୍ଷା କରାଯାଇ ପ୍ରବେଶ ଅନୁମତି ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହିଭଳି ବାହାର ରାଜ୍ୟ ଦେଇଫେରୁଥିବା ଡ୍ରାଇଭର ଓ ହେଲପରଙ୍କ ମଧ୍ୟ ଆରଟି ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ସୀମାନ୍ତରେ ବିଭିନ୍ନ କ୍ଷେତ୍ର କର୍ମଚାରୀଙ୍କୁ ସୀମାନ୍ତରେ ସୁରକ୍ଷା ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ଏହି ଅନୁଧ୍ୟାନ ସମୟରେ ରାମନାଗୁଡା ବିଡ଼ିଓ ବେଣୁଧର ଶବର,ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ, ପିଏ ତାରିଣୀ ରାଓ,ପୂର୍ବତନ ସରପଞ୍ଚ ସୋମନାଥ ପୁରୁଷୋତ୍ତମ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories