www.samajalive.in
Sunday, December 14, 2025
26.1 C
Bhubaneswar

ପିପିଲିରେ ବିଜେଡିର ମହିଳା ସମାବେଶ

ପିପିଲି:ପିପିଲି ବ୍ଲକ ବୀରପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ କାର୍ତ୍ତିକପଡା ଗ୍ରାମରେ ରବିବାର ଅନୁଷ୍ଠିତ ବିଜେଡି ମହିଳା ସମାବେଶରେ ଦଳର ହେଭିୱେଟ୍‍ ନେତା ଓ ନେତ୍ରୀମାନେ ଯୋଗଦେଇ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ। ଉପନିର୍ବାଚନ ପାଇଁ ଦଳର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବ୍ୟୋମକେଶ ରାୟ, ଅଭିନେତା ଆକାଶ ଦାସ ନାୟକ, ସାଂସଦ ପିନାକୀ ମିଶ୍ର, ଶ୍ରୀମୟୀ ମିଶ୍ର, ଅଭିନେତ୍ରୀ ତନ୍ମୟା ରାୟ, ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ସ୍ୱର୍ଗତ ମହାରଥୀଙ୍କ କନ୍ୟା ପଲ୍ଲବୀ ଓ ଜାମାତା ତଥା ଅଭିନେତା ଅର୍ଦ୍ଧେନ୍ଦୁ ପ୍ରମୁଖ ଯୋଗଦେଇ ରାଜ୍ୟରେ ମହିଳାଙ୍କ ଉନ୍ନତି ଓ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ଶାନ୍ତି ଓ ପ୍ରଗତିର ଧାରାକୁ ଆଗେଇ ନେବା ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପଙ୍କୁ ବିପୁଳ ଭୋଟ୍‍ରେ ବିଜୟୀ କରାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ପଞ୍ଚାୟତ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠ ବିଜେଡିନେତା ପ୍ରଫୁଲ୍ଲ ସିଂହ, ସାଗରିକା ମିଶ୍ର, ରାକେଶ ରାମ, ଚିନ୍ମୟ ଦାସ, ମନୋରମା ପାତ୍ର, ସୁଭଦ୍ରା ଦାସ, ସୌଭାଗିନି ଜେନା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ସହଜପୁର ପଞ୍ଚାୟତ ସମେତ ପିପିଲି ଏନ୍‍ଏସିର ଖଣ୍ଡିଆଗିରି ଗ୍ରାମରେ ମଧ୍ୟ ମହିଳା ସମାବେଶ ଆୟୋଜିତ ହୋଇଥିଲା।

ପିପିଲି ଏନ୍‍ଏସିରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ସୁଧିର କୁମାର ସାମଲ ଓ ରାଜେନ୍ଦ୍ର ସାହୁଙ୍କ ନେତୃତ୍ୱରେ ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ପୂର୍ବତନ ପୌର ଉପାଧ୍ୟକ୍ଷା ମମତା ମଲ୍ଲିକ, ଯୁବନେତା ସେକ୍‍ ସଫିଉଲ୍ଲା, ପ୍ରଫୁଲ୍ଲ ସାହୁଙ୍କ ସମେତ ଦଳର କର୍ମୀ ଓ ସମର୍ଥକ ମାନେ ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ରୁଦ୍ରପ୍ରତାପଙ୍କ ପାଇଁ ଭୋଟ୍‍ ପ୍ରଚାର କରିଥିଲେ। ପିପିଲି ବ୍ଲକର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ବରିଷ୍ଠନେତା ତଥା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭିନ୍ନ ପଞ୍ଚାୟତରେ ଅଞ୍ଚଳର ବରିଷ୍ଠ ନେତା ଓ କର୍ମୀଙ୍କୁ ନେଇ ନିର୍ବାଚନୀ ବୈଠକ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଦଳୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories