www.samajalive.in
Monday, December 8, 2025
27.1 C
Bhubaneswar

ପୁଇଗୁଡ଼ା ନଦୀପଠାରେ ଯୁବକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଷଢୁକୁ କୋର୍ଟଚାଲାଣ କଲା ପୁଲିସ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ପୁଇଗୁଡ଼ାଠାରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ବିଜେପୁର ପୁଲିସ। ଶବ ଜବତ ହେବାର ମାତ୍ର ଚାରିଦିନ ମଧ୍ୟରେ ପୁଲିସର ଏହି ସଫଳତାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି। ସୂଚନାନୁଯାୟୀ, ବିଜେପୁର ଗ୍ରାମପଞ୍ଚାୟତ ତଳକାଲିମା ଗାଁର ରାଜୁ ମାଝୀ (୩୯) ଗତ ରବିବାରରୁ ନିଖୋଜ ଥିବାବେଳେ ୭ ତାରିଖ ଦିନ ପୁଇଗୁଡା ନିକଟସ୍ଥ ନଦୀପଠାରେ ତାଙ୍କର ତଣ୍ଟି କଟାଯାଇଥିବା କ୍ଷତବିକ୍ଷତ ଶବ ମିଳିଥିଲା। ବିଜେପୁର ପୁଲିସ ଶବ ଉଦ୍ଧାର କରି ଏନେଇ ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ରାଜୁଙ୍କ ଶବ ଚିହ୍ନଟ ହୋଇନଥିବାବେଳେ ପରେ ତାଙ୍କ ସ୍ତ୍ରୀ ଶବ ଚିହ୍ନଟ କରିଥିଲେ। ଏହାପରେ ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବାରୁ ପୁଲିସ ସତର୍କତାର ସହିତ ତଦନ୍ତ ଆରମ୍ଭ କରିଥିଲା। ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲ୍‌ହାରସଙ୍କ ସହିତ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ତଦନ୍ତ ସମୟରେ ମୃତ ରାଜୁଙ୍କ ସ୍ତ୍ରୀ ତାଙ୍କର ଭିଣୋଇ ଅର୍ଥାତ୍ ରାଜୁଙ୍କ ବଡ଼ଷଢୁ ପାହାଡପଦର ଗାଁର ଆନନ୍ଦ ହରିଜନ(୪୩)ଙ୍କ ସହିତ ତାଙ୍କର ଟଙ୍କା ଦେଣନେଣକୁ ନେଇ ମନୋମାଳିନ୍ୟ ଥିବା ସୂଚନା ଦେଇଥିଲେ। ତାଙ୍କ ସୂଚନା ଆଧାରରେ ପୁଲିସର ତଦନ୍ତ ଆଗକୁ ବଢିବା ସହିତ ପାହାଡ଼ପଦରରୁ ଆନନ୍ଦଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ସେ ସବୁଯାକ ସତ ମାନିଯାଇଥିଲା। ଏପରିକି ଘଟଣା ଦିନ ସେ ରାଜୁଙ୍କୁ ଡକାଇ ପୁଇଗୁଡା ନଦୀପଠାକୁ ଡାକିନେଇ ସେଠାରେ ଦୁଇଜଣ ମିଶି ତିନୋଟି ବିୟର ପିଇଥିଲେ। ବିୟର ପିଇସାରିବା ପରେ ରାଜୁ ଠାରୁ ୧୫ରୁ ୨୦ ହଜାର ଟଙ୍କା ନେଇ ଆନନ୍ଦ ଦୀର୍ଘ ଦିନ ଧରି ଫେରାଇନଥିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ରାଜୁ ଏଥିରେ ରାଗିଯାଇ ନିଜେ ରଖିଥିବା ଏକ ଛୁରୀ ଧରି ଆନନ୍ଦଙ୍କୁ ମାରିବାକୁ ଉଦ୍ୟତ ହେବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ରାଜୁ ତଳେ ପଡ଼ିଯିବାରୁ ଛୁରି ମଧ୍ୟ ହାତରୁ ଖସିଯାଇଥିଲା। ଏହାର ସୁଯୋଗ ନେଇ ଆନନ୍ଦ ସେଇ ଛୁରି ଉଠାଇ ରାଜୁର ତଣ୍ଟି କାଟି ଦେଇ ସେଠାରୁ ପାହାଡପଦର ପଳାଇଥିଲା। ଘରକୁ ଯାଇ ସେ କିଛି ଜାଣିନଥିବା ଭଳି ଘରେ ରହିଥିଲା। ଘରେ ସେ ଥିବାବେଳେ ପୁଲିସ ତାକୁ ଥାନାକୁ ଆଣି ପଚରଉଚୁରା କରିବା ପରେ ସତ ପଦାକୁ ଆସିଥିଲା। ଏ ନେଇ ବିଜେପୁର ଥାନା କେସ୍ ନଂ ୧୨/୨୦୨୧ ଆଇପିସି ୩୦୨ ଦଫାରେ ଆନନ୍ଦକୁ ଗତକାଲି ଗିରଫ କରିଥିବାବେଳେ ଆଜି କୋର୍ଟଚାଲାଣ କରାଯାଇଥିବା ବିଜେପୁର ଥାନାଧିକାରୀ ଶ୍ରୀ କୋଲ୍‌ହାରସ ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories