www.samajalive.in
Monday, December 8, 2025
20.1 C
Bhubaneswar

ଦଶପଲ୍ଲା ଜଙ୍ଗଲରେ ମାଓ ତଲାସି, ୨ଶହ ଯବାନ ନିୟୋଜିତ

ଦଶପଲ୍ଲା: ପଡୋଶୀ ରାଜ୍ୟ ଛତିଶଗଡ଼ରେ ମାଓବାଦୀ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହେବା ସହ ଅନେକ ଗୁରୁତର ଆହତ ହୋଇଛନ୍ତି। ଏହି ବର୍ବରକାଣ୍ଡ ଘଟାଇବା ପରେ ନକ୍ସଲ ଦମନ ଅଭିଯାନ ଛତିଶଗଡ଼ରେ ଜୋରଦାର ହେବାରୁ ସେମାନେ ଛତ୍ରଭଙ୍ଗ ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସି ଆତ୍ମଗୋପନ କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଓଡ଼ିଶା ପୁଲିସ ପକ୍ଷରୁ ତଲାସି ଅଭିଯାନ ଆରମ୍ଭ ହୋଇଛି। ଆଜି ସକାଳୁ ଦଶପଲ୍ଲାର ପୋଖରୀଗୋଚ୍ଛା, ଚଢେୟାପଲ୍ଲୀ, କଳସାଖମଣ, ନୂଆଗାଁ, ବାଣିଗୋଚ୍ଛା ଇତ୍ୟାଦି ଅଞ୍ଚଳକୁ ୨ଶହ ଏସ୍ଓଜି ଜବାନ୍ ସଶସ୍ତ୍ର କମ୍ବିଂ ଅପରେସନ ଚଳାଇଛନ୍ତି।

 

- Advertisement -

ପୂର୍ବରୁ ଏହି ଅଞ୍ଚଳରେ ମାଓବାଦୀମାନେ ବିଭିନ୍ନ ସମୟରେ ନିଜର ଉପସ୍ଥିତି ଜାହିର କରିଥିଲେ ା ଏଠାରେ ଲୁଚି ରହିଥିବା ଗୁଇନ୍ଦା ଖବର ପାଇ ମାଓ ତଲାସି ଜୋରଦାର କରାଯାଇଛି। ସୂଚନାଯୋଗ୍ୟ ଯେ, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଅଞ୍ଚଳର ସୀମାନ୍ତବର୍ତ୍ତୀ ଗସ୍ମାରେ ପୂର୍ବରୁ ଅର୍ଥାତ୍ ୨୦୦୮ ମସିହାରେ ହୋଇଥିବା ନୟାଗଡ଼ ମାଓ ଅପରେସନ୍ ବେଳେ ଗସ୍ମାରେ ଶତାଧିକ ନକ୍ସଲ ଏକତ୍ର ହୋଇଥିଲେ। ନୟାଗଡ଼ ଅସ୍ତ୍ରାଗାର ଲୁଟ୍ କରିବା ପରେ ଦଶପଲ୍ଲା ଦେଇ ଚଢେୟାପଲ୍ଲୀ ରାସ୍ତାରେ ଗସ୍ମା କ୍ୟାମ୍ପକୁ ୮ଖଣ୍ଡ ଗାଡିରେ ନକ୍ସଲମାନେ ଯାଇଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories