www.samajalive.in
Sunday, December 14, 2025
16.1 C
Bhubaneswar

ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଏକାନ୍ତବାସ ଉପରେ ଗୁରୁତ୍ୱ, କୋଭିଡ୍‍ ନିୟମର ପ୍ରବର୍ତ୍ତନ ଓ ଅନୁପାଳନ ପାଇଁ ନିର୍ଦେଶ

ଭୁବନେଶ୍ୱର: ନୂଆପଡ଼ା ଜିଲାର କୋଭିଡ୍‍ ସ୍ଥିତିର ଅନୁଧ୍ୟାନ ଓ ନିୟନ୍ତ୍ରଣ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ନୂଆପଡ଼ା ଗସ୍ତ କରିଛନ୍ତି। ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରନୂଆପଡ଼ାର ସିଇଦାସ୍ଥିତ ଜିଲା କୋଭିଡ୍‍ ହସ୍ପିଟାଲ୍‍ ପରିଦର୍ଶନ କରି ସେଠାରେ ଚିକିତ୍ସା ସୁବିଧା, ବେଡ୍‍, ଆଇସିୟୁ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥାଆଦିର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଥିଲେ।
ଏହାପରେ ମୁଖ୍ୟଶାସନ ସଚିବ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ କୋଭିଡ୍‍ ମୁକାବିଲା ବିଷୟରେ ଆଲୋଚନା କରିଥିଲେ। କୋଭିଡ୍‍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲାର ପ୍ରସ୍ତୁତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ସମୀକ୍ଷା ସହ ଲଢ଼େଇକୁ ଜୋରଦାର କରିବା ନିମନ୍ତେ ବିଭିନ୍ନ ଆବଶ୍ୟକତା ବିଷୟ ପଚାରି ବୁଝିଥିଲେ।


ନୂଆପଡ଼ାକୁ ଲାଗିଥିବା ପଡ଼ୋଶୀ ରାଜ୍ୟରେ କରୋନା ସଂକ୍ରମଣ ଦୃତ ବୃଦ୍ଧି ପାଇଥିବାରୁ ବାହାରୁ ଆସୁଥିବା ସବୁ ଲୋକଙ୍କର ଆର୍‍ଟିପିସିଆର୍‍ ଟେଷ୍ଟ ଏବଂ ଏକାନ୍ତବାସ କଡ଼ାକଡ଼ି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଥିଲେ। ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ଅତିକମ୍‍ରେ ୭ଦିନ ସଙ୍ଗରୋଧରେ ରହିବାକୁ କଡ଼ାକଡ଼ି ପ୍ରବର୍ତ୍ତନ କରିବା ଏବଂ କୋଭିଡ୍‍ ପ୍ରତିରୋଧ ବିଷୟରେ ଜନସଚେତନତା ସଘନ ଓ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଥିଲେ। ଗ୍ରାମ କମିଟି,ପଞ୍ଚାୟତ, ସରପଞ୍‍ଚ, ୱାର୍ଡମେମ୍ବର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସଚେତନତା ଓ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଏକାନ୍ତବାସ କାର୍ଯ୍ୟରେ ସକ୍ରିୟଭାବେ ସାମିଲ କରିବାକୁ ନିର୍ଦେଶ ଦେଇଥିଲେ। ବଜାର କମିଟିମାନଙ୍କ ସହ ଆଲୋଚନା କରି ସମସ୍ତ ବଜାରରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଲାଗୁ କରିବା ନିମନ୍ତେ କହିଥିଲେ। ଜଲା କୋଭିଡ୍‍ ହସ୍ପିଟାଲ୍‍ରେ ଆଇସିୟୁ ସଂଖ୍ୟା ବଢ଼ାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲାରେ ଥିବା କୋଭିଡ୍‍ କେୟାର୍‍ ସେଣ୍ଟରଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ସହ ଦୈନିକ କୋଭିଡ୍‍ ପରୀକ୍ଷା ସଂଖ୍ୟା ଅଧିକରୁ ଅଧିକ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ।

- Advertisement -


ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ ଜିଲାରେ ବର୍ତ୍ତମାନ ପର୍ଯ୍ୟାପ୍ତ ଔଷଧ ମହଜୁଦ ଅଛି। କରୋନା ଟିକାକରଣ ଚାଲିଛି। ଆଜି ଆହୁରି ଅଧିକ ଟିକା ଜିଲାକୁ ଯୋଗାଇ ଦିଆଯିବ। ଜିଲା ପାଇଁ ମଧ୍ୟ ଅଧିକ ଡାକ୍ତର ନିୟୋଜନ କରାଯାଇଛି। ସେମାନେ ଖୁବ୍‍ ଶିଘ୍ର କାର୍ଯ୍ୟରେ ଯୋଗଦେବେ।
ନୂଆପଡ଼ା ଜିଲାପାଳ ସ୍ୱାଧାଦେବ ସିଂ, ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଶିକ୍ଷଣ ନିର୍ଦେଶକ ଡା.ସିବିକେ ମହାନ୍ତିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ସମୟରେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories