www.samajalive.in
Sunday, December 14, 2025
26.1 C
Bhubaneswar

ହାଜିପୁର ଆଶ୍ରୟକେନ୍ଦ୍ରରେ ନାବାଳିକାଙ୍କୁ ଯୌନ ନିର୍ଯାତନା: ଡିପିଓ ଗିରଫ

ହାଜିପୁର : ବିହାରରେ ପୁଣି ଏକ ଆଶ୍ରୟକେନ୍ଦ୍ରରେ ଯୌନ ନିର୍ଯାତନା ଘଟଣା ଲୋକଲୋଚନକୁ ଆସିଛି। ଏଥର ଜଣେ ସରକାରୀ ବାବୁ ପ୍ରତ୍ୟକ୍ଷ ଧରାପଡ଼ିଛନ୍ତି। ମୁଜାଫରପୁର ‘ବାଳିକା ଗୃହ’ ଓ ପାଟନାର ‘ଆଶ୍ରା’ ଭଳି ଘଟଣାରେ ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ଆଶୀର୍ବାଦକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ହାଜିପୁରର ଜିଲା ପ୍ରୋବେସନ୍‍ ଅଫିସର(ଡିପିଓ) ମନମୋହନ ପ୍ରସାଦ ସିଂହଙ୍କ ବିରୋଧରେ ଏକ ଆଶ୍ରୟକେନ୍ଦ୍ର (ସର୍ଟ-ଷ୍ଟେ ହୋମ୍‍)ର ଅନ୍ତେବାସିନୀମାନେ ପ୍ରତ୍ୟକ୍ଷ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ମନମୋହନଙ୍କୁ ଗିରଫ କରିଛି।
ଅନ୍ତେବାସିନୀଙ୍କ ଅଭିଯୋଗ ଅନୁଯାୟୀ, ମନମୋହନ ଅନେକ ସମୟରେ ଆଶ୍ରୟ କେନ୍ଦ୍ରକୁ ଆସିଥାନ୍ତି। ସେ ଅନ୍ତେବାସିନୀମାନଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ସେମାନଙ୍କ ଅନୈତିକ କାର୍ଯ୍ୟ ପାଇଁ ବାଧ୍ୟ କରିଥାନ୍ତି। ଆବଶ୍ୟକସ୍ଥଳେ ସେ ଝିଅମାନଙ୍କ ପୋଷାକପତ୍ର ଚିରି ଦେଇଥାନ୍ତି। ଏଥିପାଇଁ ସେ ସେମାନଙ୍କ ବିଭିନ୍ନ ବାଟରେ ଭୟଭୀତ ମଧ୍ୟ କରିଥାନ୍ତି। ମନମୋହନ ଯାଞ୍ଚ ଆଳରେ ଏକୁଟିଆ ସେମାନଙ୍କ କୋଠରି ଭିତରକୁ ପ୍ରବେଶକରି ନାନା ଅସୌଜନ୍ୟ କାର୍ଯ୍ୟ କରିଥାନ୍ତି। ଝିଅମାନଙ୍କୁ ସେ ହାତ-ଗୋଡ଼ ମୋଡ଼ି ଦେବାକୁ କହିବା ଆଳରେ ଯୌନାଚାର ପାଇଁ ବାଧ୍ୟ କରିଥାନ୍ତି। ସେ କେନ୍ଦ୍ରରେ ଥିବାବେଳେ ଏହାର କର୍ମଚାରୀଙ୍କୁ ବାହାରକୁ ପଠାଇ ଦେଇଥାନ୍ତି। ଏହା ଅସହ୍ୟ ହେବାରୁ ଅନ୍ତେବାସିନୀମାନେ ସବୁ ଖୋଲି କହିବାକୁ ସୁଯୋଗ ଖୋଜୁଥିଲେ; ତେବେ ଏହି ଆଶ୍ରୟକେନ୍ଦ୍ର ସମସ୍ତିପୁରକୁ ଉଠିଯିବା ନେଇ ନିର୍ଦେଶନାମା ପ୍ରକାଶ ପାଇବା ଅବସରରେ ସେମାନେ ଡିପିଓଙ୍କ ଅନ୍ଧାରୀ କାରବାର ଖୋଲି ଦେଇଛନ୍ତି। ମନମୋହନ ଗିରଫ ହେବା ପରେ ଜିଲାପାଳ ସର୍ବନାରାୟଣ ଯାଦବ କହିଛନ୍ତି ଯେ ଘଟଣାର ସବିଶେଷ ତଦନ୍ତ ହୋଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories