www.samajalive.in
Saturday, December 6, 2025
23.1 C
Bhubaneswar

ଆସନ୍ତାକାଲି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ : ୪୪ ଆସନରେ ୩୭୩ ପ୍ରାର୍ଥୀ

କଲକତା : ପଶ୍ଚିମବଙ୍ଗରେ ଶନିବାର (ଆସନ୍ତାକାଲି) ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୁଲିଂ ପାର୍ଟି ବିଭିନ୍ନ ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲଗିଛନ୍ତି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ପର୍ଯ୍ୟାୟରେ ଉତ୍ତର ବଙ୍ଗର କୁଚ୍‍ବିହାର ଓ ଅଲୀପୁର ଦୁଆର ଜିଲ୍ଲାରେ ଭୋଟ୍‍ ଗ୍ରହଣ କରାଯିବ। ଶାନ୍ତିପୂର୍ଣ୍ଣ ଭାବେ ମତଦାନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୪୪ ଟି ଆସନରେ ଭୋଟ୍‍ ଗ୍ରହଣ କରାଯିବ ଏବଂ ୫୦ ଜଣ ମହିଳାଙ୍କ ସମେତ ୩୭୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ଅଲୀପୁର ଦୁଆର ଜିଲ୍ଲାର ୫ଟି ଆସନ ଓ କୁଚ୍‍ବିହାର ଜିଲ୍ଲାର ୯ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ସକାଳ ୭ଟାରୁ ଭୋଟ୍‍
ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୬ଟାରେ ଶେଷ ହେବ। କୁଚ୍‍ବିହାର ଜିଲ୍ଲାରେ ୭୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତେଣେ ଅଲିପୁର ଦୁଆର ଜିଲ୍ଲାରେ ୩ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୪୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ୧୨ଲକ୍ଷ ୪୪ ହଜାର ମତଦାତା ସାବ୍ୟସ୍ତ କରିବେ। ଏହି ପର୍ଯ୍ୟାୟରେ ୭ହଜାର ଭୋଟ୍‍ ଗ୍ରହଣକାରୀ ଅଧିକାରୀଙ୍କୁ ଅଲୀପୁର ଦୁଆର ଜିଲ୍ଲାରେ ମୁତୟନ କରାଯାଇଛି। ସେହି ଜିଲ୍ଲାରେ ଭୋଟ୍‍ ଗ୍ରହଣ ପାଇଁ ୨୯୩ଟି କେନ୍ଦ୍ର ସ୍ଥାପନ କରାଯାଇଛି। ୫ ଟିଯାକ ନିର୍ବାଚନ ମଣ୍ଡଳୀରେ
ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅତିକମ୍‍ରେ ୫୦ ଭାଗ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ୱେବ୍‍କାଷ୍ଟିଙ୍ଗ୍‍ର ବ୍ୟବସ୍ଥା କରାଯାଇଛି।

- Advertisement -

ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ଇଭିଏମ୍‍ ସହ ଭିଭିପାଟ୍‍ ମେସିନ୍‍ ବ୍ୟବହାର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। କୋଭିଡ୍‍ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ସର୍ବାଧିକ ଏକହଜାର ଭୋଟରଙ୍କୁ ଭୋଟ୍‍ଦାନ ସକାଶେ ଅନୁମତି ଦିଆଯିବ ବୋଲି ସ୍ଥିର କରାଯାଇଛି। ପୂର୍ବରୁ ଏହି ସଂଖ୍ୟା ୧୫ଶହ ଥିଲା। କୋଭିଡ ପଜିଟିଭ୍‍ କିମ୍ବା କୋଭିଡ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଡାକ ଯୋଗେ ଭୋଟ୍‍ ଦାନ ପାଇଁ ଅନୁମତି ଦିଆଯାଇଛି। ଭିନ୍ନକ୍ଷମ ଓ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନେ କ୍ୱାରେଣ୍ଟାଇନରେ ଥିଲେ ଉପଯୁକ୍ତ କର୍ତ୍ତୃୃପକ୍ଷଙ୍କଠାରୁ ପ୍ରମାଣପତ୍ର ନେଇ ଡାକ ଯୋଗେ ମଧ୍ୟ ଭୋଟ୍‍ ଦେଇପାରିବେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories