www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ବଳ ହେଲା ଟଙ୍କା: ଡଲାର ତୁଳନାରେ ଖସି ୭୦ରେ ପହଞ୍ଚିଲା

ନୂଆଦିଲ୍ଲୀ : ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଏହି କ୍ରମରେ ମଙ୍ଗଳବାର ଏକ ଡଲାରର ମୂଲ୍ୟ ୭୦ ଟଙ୍କାରେ ପହଞ୍ଚିଛି। ମଙ୍ଗଳବାର ସେୟାର ବଜାର କାରବାର ଆରମ୍ଭ ସମୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୯.୭୮ ଥିଲା। ମାତ୍ର କିଛି ସମୟରେ ପରେ ଟଙ୍କା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଥିଲା। ପ୍ରଥମ ଥର ଟଙ୍କା ଡଲାର ତୁଳାନରେ ସର୍ବନିମ୍ନସ୍ତର ୭୦.୦୯ରେ ବନ୍ଦ ହୋଇଛି। ଉଲ୍ଳେଖ ଯେ ସୋମବାର ଡଲାର ତୁଳନାରେ ଟଙ୍କାର ସର୍ବନିମ୍ନସ୍ତର ୬୯.୯୩ରେ କାରବାର ବନ୍ଦ ହୋଇଥିଲା।

ତେବେ ଏଥିରେ ଭୟଭୀତ ହେବାର କାରଣ ନାହିଁ। ବାହ୍ୟ ବଜାର ଯୋଗୁଁ ଟଙ୍କା ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି ଓ ଧିରେ ଧିରେ ପରିସ୍ଥିତି ସୁଧୁରିବ ବୋଲି ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ସରକାର ଯାହା ୭୦ ବର୍ଷରେ କରିପାରି ନ ଥିଲେ ମୋଦୀ ସରକାର ମାତ୍ର ୪ ବର୍ଷରେ କରି ଦେଖାଇଦେଲେ ବୋଲି କଂଗ୍ରେସ କଟାକ୍ଷ କରିଛି।

- Advertisement -

ଏହି କ୍ରମରେ ୪୫ ବର୍ଷରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭ରୁ ଆସି ୭୦ରେ ପହଞ୍ଚିଛି। ଅର୍ଥାତ ୪୫ ବର୍ଷ ତଳେ ଏକ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭ ଥିଲା। ଏବେ ଏକ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୦ରେ ପହଞ୍ଚିଛି। ଏହା ପୂର୍ବରୁ ଟଙ୍କା ମୂଲ୍ୟ ୨୦୧୬ ନଭେମ୍ବର ୨୪ରେ ସର୍ବନିମ୍ନସ୍ତର ୬୮.୬୬, ୨୦୧୮ ଜୁନ୍‍ ୨୮ରେ ୬୯.୧୦, ଜୁଲାଇ ୨୦ରେ ୬୯.୧୨, ଅଗଷ୍ଟ ୧୩ରେ ୬୯.୯୩ରେ ରହିଥିଲା। ତୁର୍କିର ଆର୍ଥିକ ସଂକଟର ପ୍ରଭାବ ଅନ୍ୟ ଦେଶର ଆର୍ଥିକ ବ୍ୟାପାର ଉପରେ ପଡିଛି। ଫଳରେ ମଙ୍ଗଳବାର କାରବାର ଶେଷ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୧.୧୦ ଟଙ୍କା ହ୍ରାସ ପାଇ ସର୍ବନିମ୍ନସ୍ତରରେ ପହଞ୍ଚିଛି ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି । କେବଳ ଡଲାର ନୁହେଁ ଏସିଆର ଅନ୍ୟ କେତେକ ଦେଶର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି। ହଂକଂର ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ୦.୫% ହ୍ରାସ ପାଇଥିବାବେଳେ ମାଲେସିଆର ରିଙ୍ଗିଟ୍‍ ତୁଳନାରେ ୧.୨%, ଥାଇଲାଣ୍ଡର ବାହାତ ତୁଳନାରେ ୨.୩%, ସିଙ୍ଗାପୁରର ଡଲାର ତୁଳନାରେ ୨.୮%, ତାଇୱାନର ଡଲାର ତୁଳନାରେ ୩.୩%, ଦକ୍ଷିଣ କୋରିଆର ଓନ୍‍ ତୁଳନାରେ ୫.୩%, ଚୀନର ୟୁଆନ ତୁଳନାରେ ୫.୫% ହ୍ରାସ ପାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories