www.samajalive.in
Thursday, December 11, 2025
18.1 C
Bhubaneswar

ଆଇଜିଙ୍କ ପୁଲିସ ବ୍ୟବସ୍ଥା ସହିତ କରୋନା କଟକଣା ଯାଞ୍ଚ

ସମ୍ବଲପୁର: ରାଜ୍ୟ ପୁଲିସ ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ପଶ୍ଚିମ ଓଡିଶାରେ କରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏବେ ସ୍ୱତନ୍ତ୍ର ଅଭିଯାନ ଚଳାଯାଉଛି। ଏଣୁ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ନରସିଂହ ଭୋଳ ସମ୍ବଲପୁର ସହରର ସମସ୍ତ ପ୍ରମୁଖ ଥାନାଞ୍ଚଳ ଗୁଡିକୁ ଅଚାନକ ସନ୍ଧ୍ୟା ସମୟରେ ଗସ୍ତ କରି ପୁଲିସ ବ୍ୟବସ୍ଥା ସହିତ କରୋନା କଟକଣା ଓ କୋଭିଡ – ୧୯ ନିୟମ ଲାଗୁ କରାଯାଉଛି କି ନାହିଁ ତଦାରଖ କରିଛନ୍ତି।

- Advertisement -

ଏ ସର୍ମ୍ପକରେ ଆଇଜି ଭୋଳ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଧ୍ୟାନରେ ରଖି ବିଗତ ଦୁଇ ଦିନ ହେବ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଛି। ବର୍ତ୍ତମାନ ସମ୍ବଲପୁର ସହରରେ ସମସ୍ତେ ଯେଭଳି ମାସ୍କ ପରିଧାନ କରିବେ, ଯେଉଁ ସ୍ଥାନରେ ସଂକ୍ରମଣ ହେବାର ଆଶଙ୍କା ରହିଛି ଯଥା ବଡ ବଡ ବ୍ୟବସାୟିକ ଅନୁଷ୍ଠାନ, ଧାର୍ମିକ ସ୍ଥଳ, ମଲ, ବଜାର ଆଦିରେ ସାମାଜିକ ଦୂରତା ସହିତ ମାସ୍କ ପରିଧାନ କରିବେ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ଏବଂ ଏହାକୁ ତଦାରଖ କରାଯାଉଛି। ଏଥି ପାଇଁ ପୁଲିସ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ଆମେ ଆଶା କରୁଛୁ ଯେ, ସମସ୍ତେ ମାସ୍କ ପରିଧାନ କରି ଘରୁ ବାହାରିବେ। ସମସ୍ତଙ୍କ ପାଇଁ ମାସ୍କ ପରିଧାନ ଅତ୍ୟନ୍ତ ଜରୁରୀ ଏବଂ ଜନଗହଳି ସ୍ଥାନ ଗୁଡିକରେ କୋଭିଡ – ୧୯ ନିୟମକୁ କଡାକଡି ଲାଗୁ ପୁଲିସ କରିବ ବୋଲି ଆଇଜି ଭୋଳ କହିଛନ୍ତି।

ଆଇଜି ନରସିଂହ ଭୋଳ ଅଚାନକ ସନ୍ଧ୍ୟାରେ ଟାଉନ, ଧନୁପାଲି, ଅଇଁଠାପାଲି ଓ କ୍ଷେତରାଜପୁର ଥାନାଞ୍ଚଳ ଗୁଡିକ ଅଧିନରେ ରହିଥିବା ଜନଗହଳି ପୂର୍ଣ୍ଣ ଅଞ୍ଚଳ ଯଥା ଭୂତାପଡା ଛକ, ଜିଲାସ୍କୁଲ ଛକ, ଶକ୍ତି ଛକ, ବୈଦ୍ୟନାଥ ଛକ, ଗୋଲବଜାର, ଲକ୍ଷ୍ମୀ ଟକିଜ ଛକ, ଫାଟକରୁ ନେଇ ଅଇଁଠପାଲି ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ୱପୂ୍‍ର୍ଣ୍ଣ ସ୍ଥାନ ସମେତ ମଲ ଗୁଡିକ ସମେତ ରେଳ ଷ୍ଟେସନ ଆଦି ପ୍ରମୁଖ ସ୍ଥାନ ଗୁଡିକ ଚାଲି ଚାଲି ପରିଦର୍ଶନ କରିଛନ୍ତି। ଆଇଜି ପରିଦର୍ଶନ ସମୟରେ ଅନେକ ସ୍ଥାନରେ ସଚେତନତା ସୃଷ୍ଟି କରିବା ସହିତ କରୋନା ନିୟମ ପାଳନ କରିବା ପାଇଁ କହିଥିଲେ। ଏଥି ସହିତ ବିଭିନ୍ନ ମଲରେ କୋଭିଡ ନିୟମ ଉଲ୍ଲଂଘନ ପାଇଁ ଜରିମାନା ମଧ୍ୟ ଆଦାୟ କରାଯାଇଛି। ଆଇଜିଙ୍କ ପରିଦର୍ଶନ ସମୟରେ ଏସପି ବାଟ୍ଟୁଲା ଗଙ୍ଗାଧର, ସଦର ଏସଡିପିଓ ତପନ କୁମାର ମହାନ୍ତି ଙ୍କ ସମେତ ସଂପୃକ୍ତ ଅଞ୍ଚଳର ଥାନାଧିକାରୀ ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories