www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା କଟକଣା ଲାଗୁ କରିବା ପାଇଁ ବ୍ୟାପକ ଚେକିଂ

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସମ୍ବଲପୁରରେ ରାତ୍ରିକାଳୀନ କର୍ଫ୍ୟୁ ସହିତ କୋଭିଡ – ୧୯ ନିୟମକୁ ଆହୁରୀ କଡାକଡି ଭାବେ ଲାଗୁ କରାଯାଇଛି। ଜିଲାରେ ଏସପି ବାଟ୍ଟୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶାନୁଯାୟୀ ଦିନରେ ମାସ୍କ ଓ ହେଲମେଟ ଚେକିଂ ଏବଂ ରାତ୍ରିରେ କଡା ଭାବରେ କର୍ଫ୍ୟୁକୁ ଲାଗୁ କରାଯାଉଛି। ସମ୍ବଲପୁରର ବ୍ୟସ୍ତବହୁଳ ଛକ ଲକ୍ଷ୍ମୀ ଟକିଜ ଛକରେ ବୁଧବାର ଚେକିଂ ସମୟରେ ଏସପି ଗଙ୍ଗାଧର, ସଦର ଏସଡିପିଓ ତପନ କୁମାର ମହାନ୍ତି, ଟାଉନ ଥାନାଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ସମେତ ଅନ୍ୟ ଅଧିକାରୀ, ପୁଲିସ କର୍ମଚାରୀ ଓ ଟ୍ରାଫିକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଚେକିଂ ସମୟରେ ବିନା ମାସ୍କରେ ଯାତାୟାତ କରୁଥିବା ବ୍ୟକ୍ତି ମାନଙ୍କୁ କରୋନା ସର୍ମ୍ପକରେ ସଚେତନତା କରିବା ସହିତ ଅମାଁନିଆ ମାନଙ୍କୁ ଫାଇନ କରାଯାଇଥିଲା।

- Advertisement -

ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା କଡା ଚେକିଂ ସମୟରେ ୬୩ ଜଣଙ୍କ ଠାରୁ ସମୁଦାୟ ୧୨ ହଜାର ୬ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଅବସରରେ ଏସପି ଗଙ୍ଗାଧର କହିଛନ୍ତି ଯେ, କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତଙ୍କୁ କୋଭିଡ – ୧୯ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ବାରମ୍ବାର ଅନୁରୋଧ କରାଯାଉଛି। ତେବେ ଯେଉଁ ବ୍ୟକ୍ତି, ପ୍ରତିଷ୍ଠାନମାନେ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ନ କରିବା, ସାନିଟାଇଜେସନ ବ୍ୟବସ୍ଥା ନ କରିବା ଆଦି କରୋନା ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କିଛି ମଲ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକୁ ମଧ୍ୟ ଫାଇନ କରାଯାଇଛି।

ଯଦି କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ନିୟମ ନ କରନ୍ତି ତାହା ହେଲେ ଜରିମାନା ଆଦାୟ ସହିତ ଉକ୍ତ ପ୍ରତିଷ୍ଠାନକୁ ସିଲ ମଧ୍ୟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ବୋଲି ଏସପି କହିଛନ୍ତି। ସରକାରଙ୍କ ବାରମ୍ବାର ସଚେତନତା ସତ୍ୱେ ଏବେ ମଧ୍ୟ ଅନେକ କୋଭିଡ ନିୟମକୁ ମାନୁ ନ ଥିବାର ପରିଲକ୍ଷିତ ହେଉଥିବା ବେଳେ ଅଚାନକ ପୁଲିସ ପ୍ରଶାସନ ଦ୍ୱାର ବ୍ୟସ୍ତତମ ସମୟରେ ଲକ୍ଷ୍ମୀ ଟକିଜ ଛକରେ ଚେକିଂ ଆରମ୍ଭ କରିବାରୁ ବ୍ୟାପକ ଅଫରା ତଫରୀର ପରିବେଶ ସୃଷ୍ଟି ହୋଇଯାଇଥିଲା। ଏହି ଘଟଣାକୁ ନେଇ କିଛି ବ୍ୟକ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେବା ପରେ ବିଭିନ୍ନ ପ୍ରକାରର ସପକ୍ଷ ଓ ବିପକ୍ଷ ବାଦୀ ମତ ଲୋକେ ଦେଉଥିବାର ପରିଲକ୍ଷିତ ହୋଇଥିଲା। ତେବେ ସମ୍ବଲପୁରରେ ବିଗତ ଦିନରେ ଯେଭଳି ଭାବରେ କରୋନା ସଂକ୍ରମଣରେ ବୃଦ୍ଧି ଦେଖାଯାଉଛି, ତାହାକୁ ଧ୍ୟାନରେ ରଖି ସଚେତନ ନାଗରିକ ମାନେ ପୁଲିସର ଏହି ଉଦ୍ୟମକୁ ସ୍ୱାଗତ କରୁଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories