www.samajalive.in
Monday, December 8, 2025
24.1 C
Bhubaneswar

ଆଳୁ ଖୋଳୁ ଖୋଳୁ ମହାଦେବ, ମାସ୍କ ଚେକିଂ ସମୟରେ ଗଞ୍ଜେଇ ଜବତ

ସମ୍ବଲପୁର: ଓଡିଆରେ ରହିଥିବା ଢ଼ଗରେ ରହିଥିବା ‘ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ’ ଭଳିଆର ଏକ ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା ଭଳି ସର୍ବନିମ୍ନ ନିୟମଗୁଡିକୁ କଡାକଡି ଭାବରେ ଲାଗୁ କରିବା ପାଇଁ ସମ୍ବଲପୁର ପୁଲସି ଅଣ୍ଟା ଭିଡିଛି। ଏହି କ୍ରମରେ ସମ୍ବଲପୁର ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲାର ବିଭିନ୍ନ ପ୍ରମୁଖ ସ୍ଥାନଗୁଡିକରେ ଚାଲିଥିବା ବେଳେ ବୁଧବାର ଦିନ ପ୍ରାୟ ୧୨ଟାରେ ଅଚାନକ ଏସଡିପିଓ ସଦର ତପନ ମହାନ୍ତିଙ୍କ ନେତୃତ୍ୱରେ ବ୍ୟସ୍ତବହୁଳ ଛକ ଲକ୍ଷ୍ମୀ ଟିକିଜ ଛକରେ ମାସ୍କ ଚେକିଂ କାର୍ଯ୍ୟ ଜାରି ରହିଥିଲା। ସେହି ସମୟରେ ଦୁଇ ଜଣ ଯୁବକ ଏକ ବାଇକ (ଓଡି-୧୫-ଏସ-୧୯୭୦) ରେ ଲକ୍ଷ୍ମୀ ଟକିଜ ଛକରେ ଆସି ପହଂଚିଥିଲେ।

ଚାଳକ ଜଣକ ହେଲମେଟ ପରିଧାନ କରିଥିବା ବେଳେ ମାସ୍କକୁ ତଳକୁ ଖସାଇ ରଖିଥିଲେ। ଏଣୁ ପୁଲିସ ସେମାନଙ୍କ ଅଟକାଇବାରୁ ପଛରେ ବସିଥିବା ବ୍ୟକ୍ତି ଜଣକ ଅତ୍ୟନ୍ତ ସର୍ନ୍ତପଣରେ ସେଠାରୁ ଫେରାର ମାରିଥିଲା। ଫଳରେ ପୁଲିସକୁ ସନ୍ଦେହ ଜାତ ହେବାରୁ ତାକୁ ଫାଇନ କଟା ଯାଉଥିବା ସ୍ଥାନକୁ ଅଣାଯିବା ବେଳେ ସେ ବାଇକର ସମ୍ମୁଖରେ ଏକ ପ୍ଲାଷ୍ଟିକ ଜରିରେ ରଖିଥିବା ଗଞ୍ଜେଇକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଏଣୁ ପୁଲିସ ଯାଞ୍ଚ କରିବାରୁ ପ୍ଲାଷ୍ଟିକ ଜରି ମଧ୍ୟରେ ଗଞ୍ଜେଇ ଥିବାର ଜଣାପଡିବାରୁ ତାକୁ ତୁରନ୍ତ ପୁଲିସ ବଳ ଘେରି ଯାଇ ହେପାଜତରେ ନେଇ ଟାଉନ ଥାନାକୁ ନେଇ ଯାଇଥିଲେ। ଏ ସର୍ମ୍ପକରେ ଟାଉନ ଥାନାଧିକାରୀଙ୍କୁ ଏହି ଘଟଣା ଘଟିବାର ୧୦ ଘଣ୍ଟା ପରେ ପଚରାଯିବାରୁ ତଦନ୍ତ କରାଯାଉଛି ଏବଂ ଜବତ ହୋଇଥିବା ଗଞ୍ଜେଇର ଓଜନ କରାଯାଉଛି ବୋଲି କହିଛନ୍ତି। ଏହି ମାମଲାରେ ଅଟକ ରଖାଯାଇଥିବା ବ୍ୟକ୍ତିର ନାମ ମୁକ୍ତତାର ମହମ୍ମଦ ଏବଂ ସେ ସୁନାପାଲି ଅଞ୍ଚଳର ନିବାସୀ ହୋଇଥିବାର ଥାନାଧିକାରୀ କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories