www.samajalive.in
Sunday, December 14, 2025
19.1 C
Bhubaneswar

୮୨ ଦିନରେ ୪୦ ମନ୍ଦିର ବୁଲିଛନ୍ତି କୁମାରସ୍ୱାମୀ

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୮୨ ଦିନ ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍ ଡି କୁମାରସ୍ୱାମୀ ୪୦ଟି ମନ୍ଦିର ପରିଭ୍ରମଣ କରିଛନ୍ତି। ଏହି ତାଲିକା ଆଗକୁ ଆହୁରି ଲମ୍ବା ହୋଇପାରେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅଧିଷ୍ଠିତ ହୋଇଥିବାରୁ ସେ ଈଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ ଉଦ୍ଦେଶ୍ୟରେ ଏବଂ ଶାସନରେ ଶାନ୍ତି ବଜାୟ ରଖିବା ପାଇଁ କୁମାରସ୍ୱାମୀ ମନ୍ଦିର ପରିଭ୍ରମଣ କରୁଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ପଦ ଭାର ସମ୍ଭାଳିବା ପରେ ୮୦ଟି ମନ୍ଦିର ପରିଭ୍ରମଣ କରିଥିବା ବେଳେ ତାଙ୍କୁ ଏ କ୍ଷେତ୍ରରେ ଖୁବ୍‍ଶୀଘ୍ର ଟପି ଯିବାକୁ କୁମାରସ୍ୱାମୀ ଉଦ୍ୟମ ଆରମ୍ଭ କରିଥିବା କୁହାଯାଉଛି।
କୁମାରସ୍ୱାମୀଙ୍କ ପରିବାରର ଜଣେ ନିକଟତମ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ ଦେବେଗୌଡ଼ାଙ୍କ ପରିବାର ଗଭୀର ଈଶ୍ୱର ଓ ଜ୍ୟୋତିଷଶାସ୍ତ ବିଶ୍ୱାସୀ। ଅପରପକ୍ଷରେ କୁମାରସ୍ୱାମୀ ଠିକ୍‍ ଏହାର ବିପରୀତ। କିନ୍ତୁ ଲଗାତାର ସ୍ୱାସ୍ଥ୍ୟଗତ ଅବନତି ଦେଖାଦେବା ପରେ କୁମାରସ୍ୱାମୀ ମଧ୍ୟ ନାସ୍ତିକରୁ ଆସ୍ତିକ ହୋଇଯାଇଛନ୍ତି। ଏପରିକି ବର୍ଷା ପବନକୁ ଖାତିର ନ କରି କୁମାରସ୍ୱାମୀ ମନ୍ଦିର ପରିଦର୍ଶନ କରିଥିବା ଜଣାପଡ଼ିଛି। ଅଧିକାଂଶ ମନ୍ଦିରକୁ କୁମାରସ୍ୱାମୀ ପିତା, ମାତା ଓ ସମଗ୍ର ପରିବାର ସହିତ ଯାଉଥିବା ଦେଖାଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories