www.samajalive.in
Wednesday, December 10, 2025
16.1 C
Bhubaneswar

ନିଜର ବିଶେଷତ୍ୱ ପାଇଁ ପ୍ରସିଦ୍ଧ ଏହି ହୋଟେଲ 

ଦୁନିଆରେ ଏଭଳି ବହୁ ହୋଟେଲ ରହିଛି, ଯାହା ନିଜର ବିଶେଷତ୍ୱ କାରଣରୁ ଖୁବ ପ୍ରସିଦ୍ଧ ଓ ଅନନ୍ୟ। ଏହି ହୋଟେଲ ଗୁଡ଼ିକର ଗଠନ ମଧ୍ୟ ଖୁବ ବିଳାସପୂର୍ଣ୍ଣ ଓ ସୁନ୍ଦର। ମାତ୍ର ଆପଣ ଏଭଳି ଏକ ହୋଟେଲ ବିଷୟରେ ଜାଣିଛନ୍ତି କି ? ଯେଉଁଠାରେ ଶଯ୍ୟା ପରିବର୍ତ୍ତନ ଅଥବା ଶୋଇବା ସମୟରେ କଡ ଲେଉଟାଇବା ସମୟରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଇ ପାରିବେ। ଆଜ୍ଞା ହଁ କଥାଟା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହି ହୋଟେଲର ନାମ ହେଉଛି ଆର୍ବେସ ହେଟେଲ।
ବାସ୍ତବରେ ଏହି ହୋଟେଲକୁ ଆର୍ବେସ ଫ୍ରାଙ୍କୋ ସୁଇସ ହୋଟେଲ ମଧ୍ୟ କୁହାଯାଏ। ହୋଟେଲଟି ଉଭୟ ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡ ସୀମାରେ ଥିବା ଲା କ୍ୟୁରେ ଅଞ୍ଚଳରେ ଅବସ୍ଥିତ। ଏହି ହୋଟେଲ ଉଭୟ ଦେଶରେ ଅବସ୍ଥିତ, ତେଣୁ ଏହାର ୨ଟି ଠିକଣା ରହିଛି।
ଏହି ହୋଟେଲର ବିଶେଷତ୍ୱ ହେଉଛି, ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡର ସୀମା ଏହି ହୋଟେଲ ଦେଇ ଯାଇଥାଏ। ଲୋକମାନେ ଏହି ହୋଟେଲ ଭିତରକୁ ଯିବା ମାତ୍ରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଆନ୍ତି।
ଉଭୟ ଦେଶର ସୀମାକୁ ଦୃଷ୍ଟିରେ ରଖି ଆର୍ବେସ ହୋଟେଲର ବିଭାଜନ କରାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହୋଟେଲର ବାରଟି ସ୍ୱିଜରଲ୍ୟାଣ୍ଡରେ ରହିଥିବା ବେଳେ ଏହା ଗାଧୁଆ ଘର ଫ୍ରାନ୍ସରେ ରହିଛି।
ଏହି ହୋଟେଲରେ ଥିବା ସମସ୍ତ କୋଠରୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। କୋଠରୀଗୁଡ଼ିକରେ ଡବଲ ବେଡ ଏପରି ଭାବରେ ସଜାଯାଇଛି ଯେ ସେମାନଙ୍କ ମଧ୍ୟରୁ ଅଧା ଫ୍ରାନ୍ସରେ ଏବଂ ଅଧା ସ୍ୱିଜରଲ୍ୟାଣ୍ଡରେ। ଏହାସହ କୋଠରୀଗୁଡ଼ିକରେ ଥିବା ତକିଆ ମଧ୍ୟ ଦୁଇ ଦେଶ ଅନୁଯାୟୀ ଭିନ୍ନ ଭାବରେ ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories