www.samajalive.in
Sunday, December 7, 2025
18.1 C
Bhubaneswar

ସାମ୍ବାଦିକଙ୍କ ନିକଟକୁ ମାଓବାଦୀଙ୍କ ଫୋନ; ନିଖୋଜ ଯବାନଙ୍କୁ ଦୁଇ ଦିନ ଭିତରେ କରିବେ ମୁକ୍ତ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଗତ ଶନିବାର ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଘଟିଥିବା ଏନକାଉଣ୍ଟର ସମୟରେ ୨୨ ଯବାନ ଶହୀଦ ହୋଇଥିଲେ। ଏଥିରେ ଅନ୍ୟ ୩୦ ଯବାନ ଆହତ ହୋଇଥିବାବେଳେ ଏବେ ବି ଜଣେ ଯବାନ ନିଖୋଜ ରହିଛନ୍ତି। ନିଖୋଜ ଥିବା ଯବାନ ଜଣକ ଏବେ ମାଓବାଦୀଙ୍କ କବ୍‌ଜାରେ ଥିବା ସୂଚନା ମିଳିଛି। ଏପରି କି ମାଓବାଦୀମାନେ ତାଙ୍କୁ ୨ ଦିନ ଭିତରେ ମୁକ୍ତ କରିଦେବେ ବୋଲି ଜଣେ ସାମ୍ବାଦିକଙ୍କ ନିକଟକୁ ଫୋନ କରି କହିଥିବା ଜଣାପଡ଼ିଛି।

ବିଜାପୁରର ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ, ମାଓବାଦୀମାନେ ତାଙ୍କ ନିକଟକୁ ୨ ଥର ଫୋନ୍‌ କରିଛନ୍ତି। ମାଓବାଦୀମାନେ କହିଥିଲେ ଯେ, ଯବାନ ଜଣକ ଆହତ ଅବସ୍ଥାରେ ଅଛନ୍ତି। ତାଙ୍କ ଶରୀରରେ ଗୁଳି ବାଜିଛି। ତାଙ୍କର ଚିକିତ୍ସା ଚାଲିଛି। ତାଙ୍କୁ ଦୁଇ ଦିନ ଭିତରେ ଛାଡ଼ି ଦିଆଯିବ। ଖୁବଶୀଘ୍ର ଯବାନଙ୍କ ଫଟୋ ଏବଂ ଭିଡିଓ  ଜାରି କରାଯିବ ବୋଲି ମାଓବାଦୀମାନେ ତାଙ୍କୁ କହିଥିବା ସାମ୍ବାଦିକ ଜଣକ କହିଛନ୍ତି।

- Advertisement -

ଅନ୍ୟପଟେ ଯବାନଙ୍କୁ ପୁଲିସ ପକ୍ଷରୁ ଖୋଜାଖୋଜି କରାଯାଉଛି। ପୁଲିସ ସ୍ଥାନୀ ଗ୍ରାମବାସୀଙ୍କୁ ପଚରାଉଚରା କରୁଛି।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories