www.samajalive.in
Friday, December 12, 2025
15.1 C
Bhubaneswar

ଜଗଦଲପୁରରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ବିଜାପୁର: ଛତିଶଗଡ଼ର ମାଓବାଦୀ ପ୍ରଭାବିତ ବିଜାପୁର ଜିଲାରେ ଗତ ଶନିବାର ସନ୍ଧ୍ୟାରେ ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୨୨ ଯବାନଙ୍କୁ ସୋମବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଏଥିପାଇଁ ଶାହ ସୋମବାର  ସକାଳେ ଜଗଦଲପୁରରେ ପହଞ୍ଚିଥିଲେ। ସେଠାରେ ଶାହଙ୍କ ସମେତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ୟପଟେ ଏହି ମାଓବାଦୀ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟ ସତର୍କ ହୋଇଯାଇଛି। ଏବେ ମାଓବାଦୀଙ୍କ ବିରୋଧରେ ବଡ଼ ଅପରେଶନ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଶ୍ରଦ୍ଧାଞ୍ଜଳି ଦେବା ପରେ ଗୃହମନ୍ତ୍ରୀ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ମାଓବାଦୀ ଦମନ ଅଭିଯାନର ସମୀକ୍ଷା ନେଇ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ଶାହ ହସ୍ପିଟାଲକୁ ଯାଇ ଆହତ ଯବାନମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ।

- Advertisement -

ସୂଚନାଯୋଗ୍ୟ, ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡର ବିଜାପୁର ଜିଲା ଅନ୍ତର୍ଗତ ତାକୁଳଗୁଡ଼ାମଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟ ରେ ଗୁଳି ବିନିମୟ ହୋଇଥିଲା। ଏହି ଜଙ୍ଗଲରେ ପ୍ରାୟ ୬୦୦ରୁ ଅଧିକ ମାଓବାଦୀ ଏକ ବୈଠକ କରୁଥିବା ଖବର ପାଇ ବିଜାପୁର ପୁଲିସ, ସିଆରପିଏଫ, ଡିଆରଜି, ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ସ୍ବତନ୍ତ୍ର କୋମ୍ବିଂ ଅପରେଶନ କରାଯାଇଥିଲା। ତେଵେ ଯବାନମାନେ ଆସିବା ନେଇ ପୂର୍ବରୁ ମାଓବାଦୀମାନେ ଖବର ପାଇଯାଇଥିଲେ। ତେଣୁ ସେମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଯବାନଙ୍କୁ ଛକି ରହିଥିଲେ। ଯବାନମାନେ ଜଙ୍ଗଲରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଜାଲରେ ଫଶିଯାଇଥିଲେ। ବିସ୍ଫୋରଣ ଏବଂ ଆଖିବୁଜା ଗୁଳିମାଡ଼ରେ ୨୪ ଯବାନ ଶହୀଦ ହୋଇଥିଲେ। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories