www.samajalive.in
Friday, December 12, 2025
15.1 C
Bhubaneswar

ନନ୍ଦିଗ୍ରାମରେ ବୁଥ ଜବରଦଖଲ : ମମତାଙ୍କ ଅଭିଯୋଗକୁ ଇସିଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ବୁଥ୍‌ ଜବରଦଖଲ ହେବା ନେଇ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ (ଇସି) ରବିବାର ଅଗ୍ରାହ୍ୟ କରିଦେଇଛନ୍ତି। ଏପ୍ରିଲ ୧ ତାରିଖରେ ମତଦାନ ସମୟରେ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୟାଲ୍‌ ମତଦାନ କେନ୍ଦ୍ର ଜବରଦଖଲ ହୋଇଥିବା କଥା ଅଭିଯୋଗ କରି ମମତା ଲେଖିଥିବା ପତ୍ରର ଉତ୍ତର ଦେଇ ଇସି କହିଛନ୍ତି ଯେ, ମମତାଙ୍କ ଅଭିଯୋଗର ସତ୍ୟତା ନାହିଁ। ଇସି ମମତାଙ୍କୁ ଦେଇଥିବା ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ ଅଭିଯୋଗର କୌଣସି ପ୍ରମାଣ ନାହିଁ। ଏହି ଅଭିଯୋଗ ତଥ୍ୟ ଭିତ୍ତିକ ନୁହେଁ। ମମତାଙ୍କ ଅଭିଯୋଗ ଆଧାରରେ ଇସି ତାଙ୍କର ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଅଜୟ ନାୟକ (ଜେନେରାଲ୍‌) ଏବଂ ବିବେକ ଦୁବେ (ପୁଲିସ) ଘଟଣା ପରିଦର୍ଶନ ସହିତ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଦୁଇ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଏବଂ ବିଭିନ୍ନ ସ୍ତରରେ ଥିବା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି ଇସି କହିଛନ୍ତି ଯେ, ବାହାର ଲୋକ, ବନ୍ଧୁକଧାରୀ କିମ୍ବା ଗୁଣ୍ଡାମାନେ ଉପରୋକ୍ତ ବୁଥ୍‌ ଜବର ଦଖଲ କରିବାର ପ୍ରମାଣ ମିଳିନାହିଁ। ଇସି ଆହୁରି କହିଛନ୍ତି ବୟାଲ୍‌ ମତଦାନ କେନ୍ଦ୍ରରେ ମୁତୟନ ହୋଇଥିବା କେନ୍ଦ୍ରୀୟ ନିରାପତ୍ତା ବାହିନୀର ଯବାନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ମଧ୍ୟ କୌଣସି ସତ୍ୟତା ନାହିଁ। ଯବାନମାନେ ବୁଥ୍‌ ଭିତରେ ପଶି ଲୋକଙ୍କୁ ଭୋଟ୍‌ ଦେବାରୁ ବଞ୍ଚିତ କରିନାହାନ୍ତି। ମମତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ କେନ୍ଦ୍ରୀୟ ନିରାପତ୍ତା ବାହିନୀ ଯବାନମାନେ ତୃଣମୂଳ ସମର୍ଥକଙ୍କୁ ମତଦାନରୁ ବଞ୍ଚିତ କରିଛି। ଏହା ସହିତ ବିଜେପି କର୍ମୀମାନେ ବୁଥ ଜବରଦଖଲ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories