www.samajalive.in
Sunday, December 14, 2025
23.1 C
Bhubaneswar

ବିଧାନସଭାରେ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ, ନିଲମ୍ବିତ ହେଲେ ବିଜେପିର ୩ ବିଧାୟକ

ବିଧାନସଭାରେ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଜେପିର ୩ ବିଧାୟକଙ୍କୁ ଚଳିତ ବିଧାନସଭାରୁ ନିଲମ୍ବନ କରାଯାଇଛି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝି, ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଚଳିତ ବିଧାନସଭା ଅଧିବେଶନରୁ ନିଲମ୍ବନ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଜେପିର ୩ଜଣ ବିଧାୟକଙ୍କୁ ନିଲମ୍ବନ କରିଥିଲେ। ତେବେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ବିରୋଧ କରି ନିଲମ୍ବିତ ହୋଇଥିବା ୩ଜଣ ବିଧାୟକ ବିଧାନସଭା ପରିସରରେ ଥିବା ଗାନ୍ଦିମୂର୍ଣ୍ଣିତ ତଳେ ଧାରଣାରେ ବସିଛନ୍ତି।
ବାଚସ୍ପତି କହିଛନ୍ତି, କିଏ କ’ଣ ଫିଙ୍ଗିଛି ସେ ତାହାର ଅନୁଧ୍ୟାନ କରିଛନ୍ତି। ଫଟୋଗ୍ରାଫ ମଗାଇ ଘଟଣାର ସମ୍ପୂର୍ଣ୍ଣ ଅନୁଧ୍ୟାନ କରିବା ପରେ ପଦକ୍ଷେପ ନିଆଯାଇଛି।
ଏଠାରେ ସୂଚନା ଯୋଗ୍ୟ ଯେ ଆଜି ଓଡ଼ିଶା ବିଧାନସଭାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସମୟରେ ସବୁ ସୀମା ଲଙ୍ଘିଛନ୍ତି। ବିରୋଧ ପ୍ରଦର୍ଶନ ସମୟରେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିବାକୁ ମଧ୍ୟ ପଛାଇ ନାହାନ୍ତି।

 

- Advertisement -

ଶନିବାର ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହା ପରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା, ହଟ୍ଟଗୋଳ କରିଥିଲେ। ଏହି ସମୟରେ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟର ଫୋନ, କାଗଜପତ୍ର ଫିଙ୍ଗିଥିଲେ। ଏପରି ବିରୋଧୀଙ୍କ ମଧ୍ୟରୁ କେହି ଜଣେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ଣରେ ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ଏଥିନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଶାସକଦଳ ସଭ୍ୟ ଦାବି କରିଥିଲେ। ଭିଡିଓ ଫୁଟେଜ୍‌ ଓ ଫଟୋଗ୍ରାଫକୁ ଅନୁଧ୍ୟାନ କରିବା ପରେ ୩ଜଣ ବିଧାୟକଙ୍କୁ ନିଲମ୍ବନ କରିବା ପାଇଁ ବାଚସ୍ପତି ପଦକ୍ଷେପ ଗ୍ରହଣ କରିଥିଲେ।
ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଜୋତା ଫିଙ୍ଗିଛନ୍ତି। ଜୟ ନାରାୟଣ ମିଶ୍ର ଇୟର ଫୋନ ଫିଙ୍ଗିଛନ୍ତି ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କାଗଜ ଫିଙ୍ଗିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories