www.samajalive.in
Sunday, December 14, 2025
26.1 C
Bhubaneswar

ବାୟୁର ମାନ ସୁଧୁରିଲେ ୪ ବର୍ଷ ବଢିଯିବ ଭାରତୀୟଙ୍କ ବୟସ: ଅଧ୍ୟୟନ

ନୂଆଦିଲ୍ଲୀ : ବାୟୁ ଗୁଣାବତ୍ତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡରେ ଭାରତର ବାୟୁ ମାନ ପହଞ୍ଚିଲେ ଭାରତୀୟଙ୍କ ବୟସ ଆଉ ୪ ବର୍ଷ ବଢିଯିବ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି। ଭାରତରେ ବାୟୁର ମାନ ସୁଧୁରିଲେ ଭାରତୀୟଙ୍କ ବୟସ ହାରହାରି ୪ ବର୍ଷ ବୃଦ୍ଧି ପାଇବ ବୋଲି ଚିକାକୋ ବିଶ୍ୱବିଦ୍ୟାଳୟ ଏବଂ ହାଭାର୍ଡ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଏକ ମିଳିତ ଅଧ୍ୟୟନ ‘ରୋଡ଼ମ୍ୟାପ ଟୁଆର୍ଡସ୍‍ କ୍ଲିନିଂ ଇଣ୍ଡିଆସ ଏୟାର’ରେ ପ୍ରକାଶ ପାଇଛି। ଏହି ଅଧ୍ୟୟନର କୁହାଯାଇଛି ଯେ ବାୟୁ ପ୍ରଦୂଷଣ ଯୋଗୁଁ ଭାରତର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଏହି କାରଣରୁ ପ୍ରତି ବର୍ଷ ଭାରତକୁ ୫ ଲକ୍ଷ କୋଟି ଡଲାର ଅର୍ଥାତ (୩୫୦ ଲକ୍ଷ କୋଟି ଟଙ୍କା) କ୍ଷତି ସହିବାକୁ ପଡୁଛି। ବାୟୁ ପ୍ରଦୂଷଣ ଯୋଗୁଁ ଦେଶରେ ଲକ୍ଷାଧିକ ଲୋକ ସମୟ ପୂର୍ବରୁ ପ୍ରାଣ ହରାଉଛନ୍ତି ଓ ରୋଗାଗ୍ରସ୍ତ ହୋଇ ବଞ୍ଚୁଛନ୍ତି। ଏହି ସମସ୍ୟାରୁ ବାହାରିବା ପାଇଁ ଗବେଷକମାନେ କେତେକ ଉପାୟ କହିଛନ୍ତି। ଏହା ମଧ୍ୟରେ ପଦାରେ ଶୌଚ କଲେ ଅର୍ଥ ଦଣ୍ଡ ଆଦି ଅନ୍ତର୍ଭୁକ୍ତ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁଣାବତ୍ତା ଅନୁସାରେ ଫାଇନ୍‍ ପାର୍ଟିକଲ ମିଟର (ପିଏମ୍‍ ୨.୫)ର ବାର୍ଷିକସ୍ତରରେ ୧୦ୟୁଜି/ଏମ୍‍୩ ମଧ୍ୟରେ ରହିବା ଆବଶ୍ୟକ। ପ୍ରତିଦିନ ଏହାର ସ୍ତର ୨୫ୟୁଜି/ଏମ୍‍୩ ମଧ୍ୟରେ ରହିବା କଥା। ସେହିପରି (ପିଏମ୍‍୧୦)ର ସ୍ତର ବାର୍ଷିକ ୨୦ୟୁଜି/ଏମ୍‍୩ ଏବଂ ୩୪ ଘଣ୍ଟାରେ ୫୦ୟୁଜି/ଏମ୍‍୩ ଭିତରେ ରହିବା ଉଚିତ୍‍।
ଏହି ଅଧ୍ୟୟନରେ ଭାରତର ସବୁଠୁ ପ୍ରଦୂଷିତ ଅଞ୍ଚଳରେ ୬୬ କୋଟି ଲୋକ ରହୁଥିବା ଉଲ୍ଲେଖ କରାଯାଇଛି। ସେହିପରି ଭାରତରେ ବାୟୁ ମାନ ଜାତୀୟସ୍ତରରେ ଧାର୍ଯ୍ୟ ଗୁଣାବତ୍ତାରେ ପହଞ୍ଚିଲେ ଲୋକେ ଅଧିକ ୬ ବର୍ଷ ବଞ୍ଚିପାରିବେ ବୋଲି ଏଥିରେ କୁହାଯାଇଛି। ଉଲ୍ଲେଖ ଯେ ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ସହର ତାଲିକାରେ ରହିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories