www.samajalive.in
Friday, December 12, 2025
23.1 C
Bhubaneswar

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶବ ସତ୍କାର କଲେ ବ୍ଲକ ଅଧ୍ୟକ୍ଷ ଓ ସ୍ୱାସ୍ଥ୍ୟ କର୍ମଚାରୀ

ଜଣେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ପରେ ପରିବାର ଲୋକ ତାଙ୍କ ମୃତଦେହ ନେବାକୁ ମନା କରିବା ପରେ ସେହି ଶବକୁ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ନିଜ ଉଦ୍ୟମରେ ନେଇ ସତ୍କାର କରିବା ଘଟଣାକୁ ପ୍ରଶଂସା କରାଯାଇଛି। ମୃତ ବ୍ୟକ୍ତି ଜଣକ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ରମେଶ ଚନ୍ଦ୍ର ସାହୁ (୫୫) ବୋଲି ଜଣାଯାଇଛି। ସେ ଗତ କିଛିଦିନ ହେବ କିଡ଼ନୀ ରୋଗରେ ପୀଡିତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗତ ୨୬ ତାରିଖରେ ସେ କରୋନା ପଜିଟିଭ ବୋଲି ଜଣାପଡିଥିଲେ।

- Advertisement -

ଏହାପରେ ନିଜ ଘରକୁ ଆସି ଘରୋଇ କରୋନା କଟକଣା ମଧ୍ୟରେ ଥିବାବେଳେ ଆଜି ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ରମେଶ କରୋନା ସଂକ୍ରମିତ ହୋଇଥିବାରୁ ତାଙ୍କ ସମ୍ପର୍କୀୟମାନେ ଶବ ନେଇନଥିଲେ। ଜିଲ୍ଲା ମେଡିକାଲ କର୍ତୃପକ୍ଷ ମଧ୍ୟ ଶବ ସତ୍କାର କରିବାକୁ ମନାକରି ଦେଇଥିଲେ। ପରେ ଏହି ଖବର ପାଇ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ ମେଡିକାଲରେ ପହଂଚି ବିତ୍ତ ପରିଚାଳକ ସନ୍ତୋଷ ଶତପଥୀ ଓ ମେଡିକାଲ ସୁରକ୍ଷା ଏବଂ ସଫେଇ କର୍ମଚାରୀଙ୍କ ସହାୟତାରେ ମୃତ ରମେଶଙ୍କ ମରଶରୀରକୁ କୋଭିଡ ନିୟମ ଅନୁଯାଇ ତାଙ୍କ ଗ୍ରାମ ରାମଚନ୍ଦ୍ରପୁର ସ୍ମଶାନରେ ଶବଦାହ କରିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories