www.samajalive.in
Saturday, December 13, 2025
26.1 C
Bhubaneswar

ପଶୁଙ୍କ ପାଇଁ ତିଆରି ହେଲା କରୋନା ଟିକା

କରୋନା କେବଳ ମାନବ ସମାଜକୁ ଗ୍ରାସ କରିନାହିଁ। ପଶୁମାନେ ବି ଏହି ମହାମାରୀ ଭୂତାଣୁ ଦ୍ବାରା ସଂକ୍ରମିତ ହେଉଛନ୍ତି। ତେଣୁ ସେମାନଙ୍କୁ ବି କରୋନା ଟିକା ଦିଆଯିବ। ଏଥିପାଇଁ ରୁଷ ପଦକ୍ଷେପ ନେବା ସହିତ ପଶୁଙ୍କ ଲାଗି ତିଆରି କରିଛି କରୋନା ଭ୍ୟାକ୍ସିନ। ଏଭଳି କରିବାରେ ରୁଷ ହେଉଛି ବିଶ୍ଵର ପ୍ରଥମ ଦେଶ।

କରୋନା ମହାମାରୀ ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା ସମୟରେ ଗତବର୍ଷ ଅଗଷ୍ଟରେ ରୁଷ ପ୍ରଥମ ଦେଶ ଭାବେ ଟିକା ଲଞ୍ଚ୍‌ କରିଥିଲା। ଏବେ ପୁଣି ଥରେ ଏହି ଦେଶ ଆଉ ଗୋଟିଏ ପାଦ ଆଗକୁ ଯାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ବିଶ୍ଵର ପ୍ରଥମ ଦେଶ ଭାବେ ପଶୁଙ୍କ କରୋନା ଟିକା ପ୍ରସ୍ତୁତ କରିଛି। ଯଦି କୌଣସି ବ୍ୟକ୍ତି ପଶୁଙ୍କୁ ଟିକା ଦେବାକୁ ଚାହୁଁଛନ୍ତି, ତେବେ ସେ ଏହାକୁ ଅର୍ଡର କରିପାରିବେ ବୋଲି କହିଛନ୍ତି ରୁଷର ରୋସେଲଖୋଜନାଡଜୋର ନାମକ ଏକ କୃଷି ସଂଗଠନର ପରାମର୍ଶଦାତା ୟୁଲିୟା ମେଲାନୋ।

- Advertisement -

ପଶୁଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହି ଟିକାର ନାମ ରହିଛି କାର୍ନିଭ୍ୟାକ୍‌-କୋଭ୍‌। ରଏଟର୍ସ ରିପୋର୍ଟ ଅନୁସାରେ, ରୋସେଲଖୋଜନାଡଜୋର ସଂଗଠନର ଏକ ୟୁନିଟ୍‌ ପଶୁଙ୍କ ପାଇଁ ଏହି ଟିକାକୁ ବିକଶିତ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ଟିକାର ପ୍ରତିରୋଧକ କ୍ଷମତା ୬ ମାସ ପର୍ଯ୍ୟନ୍ତ ରହିବ। ବିଲେଇ, କୁକୁର, କୋକିଶିଆଳୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଛି। ଏହି ପଶୁମାନଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ କାର୍ନିଭ୍ୟାକ୍‌-କୋଭ୍‌ ଆଣ୍ଟିବଡି ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଏହି ଟିକା ବହୁ ପରିମାଣରେ ଉତ୍ପାଦନ କରାଯିବ। ଏହି ଟିକା କରୋନା ଭୂତାଣୁର ମ୍ୟୁଟେଶନକୁ ବି ରୋକିପାରିବ ବୋଲି ରୁଷ ବୈଜ୍ଞାନିକମାନେ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories