www.samajalive.in
Saturday, December 13, 2025
26.1 C
Bhubaneswar

ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ

ଟିଟିଲାଗଡ଼ : ମହାନ କ୍ରାନ୍ତିକାରୀ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୭୮ତମ ସହିଦ ଦିବସ ସ୍ଥାନୀୟ ଆଦିବାସୀ ଭବନଠାରେ ପାଳନ ହୋଇଯାଇଛି। କୋରାପୁଟ ଜିଲାରେ ଆଦିବାସୀଙ୍କ ଉପରେ ଇଂରେଜ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀଙ୍କ ସହ ଦେଶ ପାଇଁ ଲଢି ଶେଷରେ ହସି ହସି ଫାଶି ଖୁଣ୍ଟକୁ ଚଢି ଅମର ହୋଇଯାଇଛନ୍ତି । ତାଙ୍କ ଆଦର୍ଶ ଆମ ଆଦିବାସୀ ତଥା ଦେଶଭକ୍ତମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସଭାରେ ଜିଲା ଆଦିବାସୀ କଲ୍ୟାଣ ସଂଘ ହେମେନ୍ଦ୍ରନାଥ ହାଂସଦା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ସମ୍ପାଦକ ଘାସିରାମ ମାଝୀ, ସହ ସମ୍ପାଦକ ସୁନିଲ ମାଝୀ, ଥବିର ପୁଝାରୀ, ପ୍ରଫୁଲ୍ଲ ପ୍ରଧାନ. ଝସକେତନ ପୁଝାରୀ, ଦେବସିଂ ମାଝୀ, ମନୋଜ ମାଝୀ, ଜଗନ୍ନାଥ ମାଝୀ, ଭୁବନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories