www.samajalive.in
Sunday, December 14, 2025
26.1 C
Bhubaneswar

ଭବାନୀପାଟଣାର ଘରୋଇ ପ୍ରଗତି କଲେଜରୁ ୩୨ କରୋନା ଆକ୍ରାନ୍ତ ଘଟଣା, ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଘୋଷଣା

ଭବାନୀପାଟଣା: ଭବାନୀପାଟଣାର ଘରୋଇ ପ୍ରଗତି କଲେଜରୁ ୩୨ କରୋନା ଆକ୍ରାନ୍ତ ଘଟଣା। ଆଜି ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଘୋଷଣା, କଲେଜ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କଲେଜ ଭିତରେ ଥିବା ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 

- Advertisement -

କଳାହାଣ୍ଡି ଜିଲାର ଭବାନୀପାଟଣାରେ ଏକ ଘରୋଇ କଲେଜରେ ୩୨ କରୋନା ପଜିଟିଭ୍ ଚିହ୍ନଟ। ୩୨ କରୋନା ପଜିଟିଭ୍ ଚିହ୍ନଟ ନେଇ କଳାହାଣ୍ଡି ସିଡିଏମ୍‌ଓଙ୍କ ସୂଚନା। କରୋନା ପଜିଟିଭ୍ ଚିହ୍ନଟ ଛାତ୍ରଛାତ୍ରୀ ହଷ୍ଟେଲ୍‌ରେ ରହୁଥିଲେ। ଆଣ୍ଟିଜେନ୍‌ ଟେଷ୍ଟରେ ସମସ୍ତ ଛାତ୍ର କରୋନା ପଜିଟିଭ୍ ହୋଇଥିବା କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଭବାନୀପାଟଣାସ୍ଥିତ ପ୍ରଗତି କଲେଜରେ ୩୨ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍‌ ଟେଷ୍ଟରେ ସମସ୍ତ ୩୨ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ୩୨ଜଣ ଛାତ୍ରଛାତ୍ରୀ କଲେଜ ହଷ୍ଟେଲ୍‌ର ଅନ୍ତେବାସୀ। ବୋଲି ସେ ପ୍ରକାଶ କରିଛନ୍ତି। ପ୍ରଗତି କଲେଜରେ ୧୦୦ଜଣ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୩୨ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପ୍ରଗତି କଲେଜରେ ଛାତ୍ରଛାତ୍ରୀ ସଂଖ୍ୟା ପ୍ରାୟ ୫୦୦ରୁ ଅଧିକ ରହିଛି। ତେଣୁ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories