www.samajalive.in
Saturday, December 13, 2025
18.1 C
Bhubaneswar

ହୋଲି ଗାଧୁଆ ହେଲା କାଳ: ରାଜ୍ୟରେ ପାଣିରେ ବୁଡ଼ି ୨ ମୃତ, ୨ ଗୁରୁତର

ଭୁବନେଶ୍ଵର: ହୋଲି ଗାଧୁଆ ହେଲା କାଳ: ରାଜ୍ୟରେ ପାଣିରେ ବୁଡ଼ି ୨ ମୃତ, ୨ ଗୁରୁତର ହୋଇଛନ୍ତି। ସୁବର୍ଣ୍ଣପୁର ମହାନଦୀ ଘାଟରେ ବୁଡ଼ି ୧୬ବର୍ଷର ନାବାଳକ ମୃତ। ହୋଲି ଖେଳି ସାରି ଗାଧୋଇବାବେଳେ ବୁଡ଼ିଗଲେ। ଆନନ୍ଦପୁର ବାଉଁଶଗଡ଼ କେନାଲ୍‌ରେ ବୁଡ଼ି ଜଣେ ଯୁବକ ମୃତ। ନରସିଂହପୁର ମାଙ୍କଡ଼ଭୂଆଁ ଘାଟରେ ବୁଡ଼ି ଯାଇ ମାମୁଭଣଜା ଗୁରୁତର ହୋଇଥିବା ଜଣାପଡ଼ିଛି।
ଖୁସିର ପର୍ବ ହୋଲିରେ କାଳ ହେଲା ଗାଧୁଆ। ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁରର ସହରରେ। ବରଗଡ଼ ଜିଲାରେ କାର୍ଯ୍ୟରତ ବିଡିଓ ଯୁଧିଷ୍ଠିର ମେହେରଙ୍କର ଏକମାତ୍ର ପୁଅ ହେଉଛନ୍ତି ସୁମିତ୍(ବୟସ ୧୬ ବର୍ଷ) ଆଜି ହୋଲି ଖେଳିସାରିବା ପରେ ନିଜ ସାଙ୍ଗମାନଙ୍କ ସହ ଗାଧୋଇବାକୁ ମହାନଦୀ ସେତୁ ଘାଟକୁ ଯାଇଥିଲେ। ସେ ନଦୀରେ ଗାଧୋଉଥିବା ବେଳେ ହଠାତ୍ ପାଣି ସୁଅରେ ଭାସିଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକେ ସୁମିତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁମିତଙ୍କ ମୃତ୍ୟୁ ଖବର ପାଇବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।

ସେହିପରି ଆନନ୍ଦପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଘଡ଼େଇଙ୍କର ପୁତ୍ର ବିଶ୍ଵଭୂଷଣ ଘଢେଇ (୨୫) ଦୋଳରେ ହୋଲି ଖେଳି ସାରୀ ବାଉଁଶଗଡ଼ ନିକଟରେ ଥିବା କେନାଲରେ ଗାଧୋଇହେବା ପାଇଁ ଯାଇ ଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକ ଖୋଜା ଖୋଜି କରିଥିଲେ ହେଲେ କୈଣସି ସନ୍ଧାନ ପାଇ ନ ଥିଲେ। ତାପରେ ଆନନ୍ଦପୁର ଦମକାଳ ବାହିନିକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଁଞ୍ଚି ବହୁ ଗୋଜା ଖୋଜି ପରେ ପଥର ପାଉଛରେ ବିଶ୍ଵଭୂଷଣ ଲାଗିଥିବା ଉଦ୍ଧାର କରିବା ପରେ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ବିଶ୍ଵଭୂଷଣକୁ ମୃତ ଘୋଷଣା କରିଥିଲେ । ଆନନ୍ଦପୁର ପୁଲିସ ଶବକୁ ଜବତ୍ କରି ବ୍ୟବଚ୍ଛେଦ କରି ପାରି ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories