www.samajalive.in
Sunday, December 14, 2025
26.1 C
Bhubaneswar

ଟିକାଦାନ କ୍ଷେତ୍ରରେ ଭାରତର ଆଉ ଏକ ସଫଳତା : ମାତ୍ର ୭୧ ଦିନରେ ଟିକା ନେଲେ ୬,୦୨,୬୯,୭୮୨ ଜଣ

ନୂଆଦିଲ୍ଲୀ : ଟିକାଦାନ କ୍ଷେତ୍ରରେ ଭାରତର ଆଉ ଏକ ସଫଳତା ହାସଲ କରିଛି। ୬ କୋଟିରୁ ଅଧିକ ଲୋକଙ୍କୁ କୋଭିଡ୍‍-୧୯ ପ୍ରତିଷେଧକ ଟିକା ପ୍ରଦାନ କରି ଏକ ନୂତନ ମାଇଲ୍‍ଖୁଣ୍ଟ ଅତିକ୍ରମ କରିଛି। ବିଶ୍ୱର ସର୍ବବୃହତ୍‍ ଟିକାକରଣ ଅଭିଯାନରେ ଭାରତ ଗତକାଲି ଗୋଟିଏ ଦିନରେ ୨୧ ଲକ୍ଷ ୫୪ ହଜାର ଡୋଜ୍‍ ଟିକା ପ୍ରଦାନ କରିଛି। ଭାରତ ବିଶ୍ୱର ଅନ୍ୟତମ ଦ୍ରୁତତମ ଦେଶ ଭାବେ ମାତ୍ର ୭୧ ଦିନ ମଧ୍ୟରେ ୬ କୋଟି ୨ ଲକ୍ଷ ୬୯ ହଜାର ୭୮୨ ଜଣଙ୍କୁ ଟିକା ପ୍ରଦାନ କରିଛି।

ଗତ ଜାନୁୟାରୀ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ କରାଯାଇ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗ ଧାଡ଼ିର କୋଭିଡ୍‍ ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା। ପରେ ୬୦ ବର୍ଷ ବୟସରୁ ଅଧିକ ବରିଷ୍ଠ ନାଗରିକ ଏବଂ ୪୫ ବର୍ଷ ବୟସରୁ ଅଧିକ ବର୍ଷର ଏକାଧିକ ​ରୋଗରେ ପୀଡିତ ନାଗରିକଙ୍କୁ ଟିକାଦାନ କରାଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ମାତ୍ର ୨୭ ଦିନ ମଧ୍ୟରେ ୨ କୋଟି ୭୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଥିବାବେଳେ ୬୪ ଲକ୍ଷରୁ ଅଧିକ ୪୫ ବର୍ଷରୁ ଊର୍ଦ୍ଧ୍ବ ବିଭିନ୍ନ ରୋଗରେ ପୀଡ଼ିତ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories