ଝାରସୁଗୁଡା: ରାଉରକେଲା ସ୍ଥିତ ସିଭିକ ସେଣ୍ଟର ଠାରେ ୨୨ଟି ନାଟ୍ୟ ଅନୁଷ୍ଠାନ ଦ୍ବାରା ମିଳିତ ‘ଏକତ୍ର’ ସାଂସ୍କୃତିକ ଅନୁଷ୍ଠାନରେ ମହାଆଡମ୍ବର ସହିତ ବିଶ୍ୱନାଟ୍ୟ ଦିବସ ପାଳନ ହୋଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ନାଟ୍ୟଗୋଷ୍ଠୀ, ନାଟ୍ୟପ୍ରେମୀ ଓ ନାଟ୍ୟବନ୍ଧୁଗଣ ଯୋଗଦାନ ଦେଇଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକ ନିଜସ୍ବ ମତରେ ସାମ୍ପ୍ରତିକ ନାଟକର ସ୍ଥିତି ସମ୍ପର୍କରେ ଆକଳନ କରି ମାନ, ମୂଲ୍ୟାୟନ ଓ ମୂଲ୍ୟବୋଧ ରେ ହିଁ ନାଟକର ସ୍ଥିତି ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି ସଭାରେ ବିଶିଷ୍ଟ ବ୍ୟକ୍ତିତ୍ବ ପ୍ରଫେସର ସମର ମୁଦାଲି, ନାରାୟଣ ପତି, ରାଜୀବ ପାଣି, ନଳିନୀ ନିହାର ନାୟକ, କୈଳାଶ ପାଣିଗ୍ରାହୀ, ଭାସ୍କର ଚନ୍ଦ୍ର ମହାପାତ୍ର, ବିଜୟ ପାତ୍ର, ଶ୍ରୀମାନ ନାରାୟଣ ମିଶ୍ର, ପ୍ରଫୁଲ୍ଲ ସେଠି ପ୍ରମୁଖ ଯୋଗଦାନ ଦେଇ ସାମ୍ପ୍ରତିକ ନାଟ୍ୟ ସ୍ଥିତି ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ।.ଏହି ଅବସରରେ ଏକତ୍ରରେ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଛି। ସମ୍ବଲପୁରର ଓଡିଶା ଥିଏଟର ଏକାଡେମୀ ସଦସ୍ୟା ଡ.ଲିପିକା ମିଶ୍ର, ଡ.ନିବେଦିତା ପଣ୍ଡା, ରଞ୍ଜିତା ମାଝୀ, ଡ.ଜୟନ୍ତୀ ପାଢ଼ୀ, ଡ. ସୁଚିତ୍ରା ମହାନ୍ତି ଓ ଚନ୍ଦନି ରଣା ପ୍ରମୁଖ ଏହି ସଂପାନରେ ନିଜ ପ୍ରବନ୍ଧ ଉପସ୍ଥାପନା କରିଥିଲେ ଏବଂ ଏହି ଅବସରରେ ‘ସୃଜନ ସମୀକ୍ଷା’ ପୁସ୍ତକ ଉନ୍ମୋଚିତ ହୋଇଛି।



