www.samajalive.in
Friday, December 12, 2025
23.1 C
Bhubaneswar

ଥରେ ପ୍ରସ୍ତୁତ କରନ୍ତୁ ଏହି ଡାଲି

ଆବଶ୍ୟକ ସାମଗ୍ରୀ
ମସୁର ଡ଼ାଲି – ୨କପ
ପାଳଙ୍ଗ ଶାଗ – ୧କପ
ମେଥି ଶାଗ – ଅଳ୍ପ
ପିଆଜ –୧କପ (କଟା ହୋଇଥିବା)
ଟମାଟୋ – ୧କପ (କଟା ହୋଇଥିବା)
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ- ଅଳ୍ପ
କଞ୍ଚା ଲଙ୍କା – ୪ଟି
ଲୁଣ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ଆମଚୁର ଗୁଣ୍ଡ – ଅଳ୍ପ
ଜିରା – ଅଳ୍ପ
ଅଦା ରସୁଣ ବଟା – ୪ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କୁକର ବସାଇ ଏଥିରେ ମସୁର ଡ଼ାଲି, ପାଳଙ୍ଗ ଶାଗ, ମେଥି ଶାଗ ହଳଦୀ ଗୁଣ୍ଡ, ଲୁଣ, ପାଣି ପକାଇ ସିଝାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଜିରା, ପିଆଜ, ଅଦାରସୁଣ ବଟା, ଲୁଣ ପକାଇ କଷନ୍ତୁ। କିଛି ସମୟ କଷିବା ପରେ ପୁଣି ଟମାଟୋ ପକାଇ କଷନ୍ତୁ। ଏବେ ଏଥିରେ ଲଙ୍କା ଗୁଣ୍ଡ, ଆମଚୁର ଗୁଣ୍ଡ ପକାଇ ଗୋଳାନ୍ତୁ। ଏବେ ଏଥିରେ ସିଝାଇ ଥିବା ମିଶ୍ରଣକୁ ପକାଇ ୫ ରୁ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ  ଡ଼ାଲି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories