www.samajalive.in
Saturday, December 13, 2025
26.1 C
Bhubaneswar

ଆଜି ୨ୟ ଦିନିକିଆ : ସିରିଜ୍ ଜିତିବା ଲକ୍ଷ୍ୟରେ ଭାରତ

ପୁଣେ  : ଭ୍ରମଣକାରୀ ଇଂଲଣ୍ଡ ଦଳ ବିପକ୍ଷରେ ପ୍ରଥମ ଦିନିକିଆକୁ ଜିତିବା ପରେ ଏବେ ଘରୋଇ ଭାରତର ଲକ୍ଷ୍ୟ ସିରିଜ୍ ବିଜୟ ଉପରେ। ପୂର୍ବରୁ ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍ ଜିତି ସାରିଥିବା ଭାରତ ଏହି ସିରିଜ୍ ହାତେଇବାକୁ ନିଶ୍ଚୟ ପ୍ରୟାସ କରିବ। ପ୍ରଥମ ଦିନିକିଆରେ ଭାରତକୁ ଏକାଧିକ ଥର ଇଂଲଣ୍ଡ ଚାପରେ ରଖିଥିବା ବେଳେ ମ୍ୟାଚ୍‌ର ଅଧିକାଂଶ ସମୟ କିନ୍ତୁ ଭାରତ ନିୟନ୍ତ୍ରଣରେ ରହିଥିଲା। ଭାରତ ଦୁଇ ନବାଗତ କ୍ରୁନାଲ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ପଦାର୍ପଣ କରାଇଥିବା ବେଳେ ଦୁହେଁ ଭାରତୀୟ ବିଜୟରେ ବିନ୍ଧାଣୀ ସାଜିଥିଲେ। ଅନ୍ୟପକ୍ଷରେ ଇଂଲଣ୍ଡ ଆକ୍ରମଣାତ୍ମକ ବ୍ୟାଟିଂକରି ଭାରତକୁ କାବୁ କରିବାର ପ୍ରୟାସ କରିଥିବା ବେଳେ ଏହା ହିଁ ଦଳର ପରାଜୟର କାରଣ ପାଲଟିଥିଲା। ଶୁକ୍ରବାର ଉଭୟ ଦଳଙ୍କ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍ ଜିତିଥିବା ଭାରତ ଏହି ମ୍ୟାଚ୍ ଜିତି ସିରିଜ୍ ନିଜ ନାମରେ କରିବାକୁ ଚାହଁିବ। ଅନ୍ୟପକ୍ଷରେ ସିରିଜ୍‌କୁ ଜୀବନ୍ତ ରଖିବାକୁ ହେଲେ ଇଂଲଣ୍ଡକୁ ଏହି ମ୍ୟାଚ୍ ନିଶ୍ଚୟ ଜିତିବାକୁ ପଡ଼ିବ।
ଇଂଲଣ୍ଡ ଦଳରେ ଆହତଗତ ସମସ୍ୟା ରହିଛି। ପ୍ରଥମ ଦିନିକିଆରେ ଅଧିନାୟକ ଇଓନ୍ ମୋର୍ଗାନ୍ ଓ ବ୍ୟାଟ୍‌ସମ୍ୟାନ୍ ସାମ୍ ବିଲିଙ୍ଗ୍‌ସ ଆହତ ହୋଇଛନ୍ତି। ଫଳରେ ଦୁହେଁ ୨ୟ ଦିନିକିଆରୁ ବାଦ୍ ପଡ଼ିପାରନ୍ତି। ଫଳରେ ମୋର୍ଗାନ୍‌ଙ୍କ ସ୍ଥାନରେ ଡାୱିଡ୍‌ ମାଲାନ୍ ଓ ବିଲିଙ୍ଗ୍‌ସଙ୍କ ସ୍ଥାନରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ଖେଳିପାରନ୍ତି। ଜୋସ୍‌ ବଟ୍‌ଲର ଦଳର ନେତୃତ୍ବ ନେବେ। ବୋଲିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା କମ୍ ଥିବା ବେଳେ ବାମହାତି ପେସ୍ ବୋଲର ରିସ୍‌ ଟପ୍‌ଲିଙ୍କୁ ସୁଯୋଗ ମିଳିପାରେ। ଭାରତ ମଧ୍ୟ ଦଳରେ ପରିବର୍ତ୍ତନ କରିବାକୁ ବାଧ୍ୟହେବ। ଆହତ ଶ୍ରେୟାସ ଆୟରଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଦିନିକିଆ କ୍ରିକେଟ୍‌ ଜୀବନ ଆରମ୍ଭ କରିପାରନ୍ତି। ପୁଣି ପ୍ରଥମ ମ୍ୟାଚ୍‌ରେ କହୁଣୀରେ ଆଘାତ ପାଇଥିବା ଓପ୍‌ନର ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିପାରେ। ଏପରି ସ୍ଥଳେ କେ.ଏଲ୍‌. ରାହୁଲ ଓପନ୍‌ କଲେ ମଧ୍ୟକ୍ରମରେ ଋଷଭ ପନ୍ତ୍ ଖେଳିବେ। ଶୁବ୍‌ମାନ ଗିଲ୍‌ଙ୍କୁ ମଧ୍ୟ ଓପ୍‌ନର ଭାବେ ଖେଳାଇବାର ସମ୍ଭାବନା ରହିଛି। କୁଲଦୀପ ଯାଦବଙ୍କ ସ୍ଥାନରେ ଭାରତ ଲେଗ୍‌ସ୍ପିନର ଯୁଜବେନ୍ଦ୍ର ଚହଲଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ପ୍ରଥମ ମ୍ୟାଚ୍‌ ପରି ଏହି ମ୍ୟାଚ୍‌ରେ ମଧ୍ୟ ପିଚ୍‌ ବ୍ୟାଟିଂ ସହାୟକ ହେବ। ତଥାପି ପେସ୍ ବୋଲର ଏଥିରୁ ଫାଇଦା ପାଇପାରନ୍ତି। ଇଂଲଣ୍ଡର ଦୁଇ ଆକ୍ରମଣାତ୍ମକ ଓପ୍‌ନର ଜେସନ୍ ରୟ ଓ ଜନି ବେୟାରଷ୍ଟୋଙ୍କୁ ରୋକିବା ଭାରତୀୟ ବୋଲରଙ୍କ ପାଇଁ ଆହ୍ବାନ ହୋଇପାରେ। ଭାରତୀୟ ଅଧିନାୟକ ବିରାଟ କୋହଲି ଚମତ୍କାର ଫର୍ମରେ ଥିବା ବେଳେ ରାହୁଲ ଓ ଶିଖର ଧାୱନ୍ ରନ୍‌କରିବା ଭାରତ ପାଇଁ ଶୁଭଖବର।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories