www.samajalive.in
Saturday, December 6, 2025
23.1 C
Bhubaneswar

ପୁଣି ଆନ୍ଧ୍ରର ଦାଦାଗିରି; ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଲାଉଗୁଡା ଗ୍ରାମରେ ସୀମାନ୍ତଫଳକ ଭାଙ୍ଗିଲା

ରାମନାଗୁଡା: ପୁଣି ସୀମାନ୍ତରେ ନିଜର ସ୍ଥିତି ଜାହିର କରିଛି ଆନ୍ଧ୍ର। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସୀମାନ୍ତବର୍ତ୍ତୀ ଗ୍ରାମ ଲାଉଗୁଡାରେ ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ସୀମା ସୂଚନା ଫଳକକୁ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବସବାସ କରୁଥିବା ଲାଉଗୁଡା ଗ୍ରାମବାସୀ। ଗ୍ରାମବାସୀଙ୍କ କହିବାନୁଯାୟୀ ଗତକାଲି ରାତି ୧୦ଟା ସମୟରେ ଆନ୍ଧ୍ରର କିଛି ଲୋକ ଆସି ନିର୍ମାଣଧିନ ସୂଚନାଫଳକ ଭାଙ୍ଗି ନିଜ ଅସ୍ତିତ୍ଵ ବଜାୟ ରଖିବାକୁ ପ୍ରୟାସ କରିଛନ୍ତି। ହେଲେ କିଛିଦିନ ନୀରବତା ପରେ ଆନ୍ଧ୍ର ଯେକୌଣସି ପ୍ରକାରେ ଓଡ଼ିଶା ମଧ୍ୟରେ ପଶିବାକୁ ଚେଷ୍ଟା କରୁଛି। ଏନେଇ ଗ୍ରାମଠାରୁ ୩ଶହ ମିଟର ଦୂରରେ ଆନ୍ଧ୍ର ଏକ ଗାଁ ରହିଥିବା ବେଳେ ସୂଚନାଫଳକ ଭାଙ୍ଗି ଓଡ଼ିଶା ମଧ୍ୟରେ ପଶିବାକୁ ଚେଷ୍ଟା ଜାରି ରଖିଛି।

ଗତ କିଛିଦିନ ତଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଇ ଆନ୍ଧ୍ର-ଓଡ଼ିଶା ବିବାଦ ଲାଗିରହିଥିବାରୁ ପ୍ରଶାସନ ପକ୍ଷରୁ ସୀମାଫଳକ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ତେବେ ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ସୂଚନାଫଳକ ଭାଙ୍ଗି ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚେଷ୍ଟା ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ଉକ୍ତ ବିଷୟକୁ ଗମ୍ଭୀରତାର ସହ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନ ଥିବାବେଳେ ପୁଣି ଆଜି ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ମାଣାଧିନ ସୀମାଫଳକ ନିର୍ମାଣ କରାଯିବ ବୋଲି ସୂଚନା ଦେବା ସହ କୌଣସି ମତେ ଆନ୍ଧ୍ରକୁ ପଶିବାକୁ ଦିଆଯିବ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories