www.samajalive.in
Saturday, December 13, 2025
26.1 C
Bhubaneswar

ପୁଲିସ ଏସଆଇଙ୍କ ନିଆରା ପ୍ରୟାସ; ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପିଲାଙ୍କୁ ପାଠ ପଢାଇବା ପାଇଁ କରିଛନ୍ତି ମୁକ୍ତାକାଶ ବିଦ୍ୟାଳୟ

ଗୁଣୁପୁର : ପୁଣି ଫେରିଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବନ ବିଦ୍ୟାଳୟର ରୂପରେଖ । ମୁକ୍ତାକାଶ ତଳେ ପିଲାଏ ପଢୁଛନ୍ତି ପାଠ । ଖାଲି ପାଠ୍ୟ ପୁସ୍ତକ ନୁହେଁ, ଆତ୍ମନିର୍ଭରଶୀଳ ହେବାପାଇଁ ପିଲାଙ୍କୁ ଯୋଗାଇ ଦିଆଯାଉଛି ଶିକ୍ଷା । ଗାଁ ଦାଣ୍ଡରେ ପଡିଛି ପାଲ । ସାମ୍ନାରେ ରହିଛି କଳାପଟା । ବର୍ଣ୍ଣମାଳାର ଉଚ୍ଚାରଣ ସହ ପିଲାଙ୍କ ପଣକିଆ ଡାକରେ କମ୍ପୁଛି ଗାଁ ଦାଣ୍ଡ । ଆଜ୍ଞା ହଁ, ଏ କୌଣସି ବିଦ୍ୟାଳୟର ଦୃଶ୍ୟ ନୁହେଁ । ଏହା ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ରେଗେଡା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଲବାଗୁଡ଼ା ମୁକ୍ତାକାଶ ବିଦ୍ୟାଳୟର ଦୃଶ୍ୟ । ଗୁଣୁପୁର ଥାନାର ଜଣେ କର୍ତ୍ତବ୍ୟନିଷ୍ଠ ପୁଲିସ ଅଧିକାରୀଙ୍କ ନିଆରା ପ୍ରୟାସ ଯୋଗୁଁ ଏଭଳି ଉଦ୍ୟମ ସଫଳ ରୂପାୟନ ହୋଇଛି ।

ମହାମାରୀ କରୋନା ଯୋଗୁଁ ଗତ ଏକ ବର୍ଷ ଧରି ରାଜ୍ୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଛି । ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ବନ୍ଦ ଯୋଗୁଁ ପାଠପଢ଼ା ଏକପ୍ରକାର ଠପ୍ ହୋଇପଡ଼ିଛି । ଏଭଳି ସ୍ଥଳେ ପିଲାମାନେ ଏଣେତେଣେ ବୁଲି ସମୟ ଅପଚୟ କରୁଥିବା ଦୃଶ୍ୟ ବ୍ୟଥିତ କରିଥିଲା ଗୁଣୁପୁର ଥାନାର ସବ ଇନିସ୍ପେକ୍ଟର ସୁଶାନ୍ତ କୁମାର ବେହେରାଙ୍କୁ । କାଳ ବିଳମ୍ବ ନ କରି କିଛି ଉତ୍ସାହୀ ଯୁବଗୋଷ୍ଠୀଙ୍କ ସହ ଆଲୋଚନା କରି ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ କିଭଳି ଶିକ୍ଷାଦାନ ବ୍ୟବସ୍ଥା ଜାରୀ ରହିବ ଉଦ୍ୟମ ଆରମ୍ଭ କରିଥିଲେ ।

- Advertisement -

କିଛି ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଏକାଠି କରି ଲବାଗୁଡା ଗ୍ରାମରେ ଖୋଲିଛନ୍ତି ମୁକ୍ତାକାଶ ବିଦ୍ୟାଳୟ । ପିଲାଙ୍କୁ ପାଠ୍ୟପୋକରଣ ଯୋଗାଇବା ସହ ମାସ୍କ, ସାନିଟାଇଜର ଓ ଶୁଖିଲା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ଗ୍ରାମର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଏଠାରେ ପ୍ରତିଦିନ ସକାଳେ ୨ ଘଣ୍ଟା ଲେଖାଏଁ ପାଠ ପଢୁଛନ୍ତି । ନିଜର ସନ୍ଦେହ ଥିବା ପାଠ ବି ଶିକ୍ଷକଙ୍କଠାରୁ ପଚାରି ବୁଝୁଛନ୍ତି । ବାସ୍ତବିକ ଜଣେ ପୁଲିସ ଅଧିକାରୀ ହୋଇ ବି ଏଭଳି ମହତ ଚିନ୍ତାଧାରା ଓ ରୂପରେଖକୁ କାର୍ଯ୍ୟକାରୀ କରାଇଥିବାରୁ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories