www.samajalive.in
Saturday, December 13, 2025
26.1 C
Bhubaneswar

ଜାତୀୟ ସବ୍-ଜୁନିଅର ଫେନ୍ସିଂ ପ୍ରତିଯୋଗିତା ଉଦଘାଟିତ

କଟକ: ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ବୁଧବାର ୨୨ତମ ଜାତୀୟ ସବ୍-ଜୁନିଅର ଫେନ୍ସିଂ (ଅସିଚାଳନା) ପ୍ରତିଯୋଗିତା ଉଦଘାଟିତ ହୋଇଛି। ଅପରାହ୍ନରେ ଆୟୋଜିତ ଉଦଘାଟନୀ ଉତ୍ସବରେ କଟକର ଡିସିପି ପ୍ରତୀକ ସିଂ ମୁଖ୍ୟ ଅତିଥି ଭାବେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ) ଓ ଓଡ଼ିଶା ଆଥ୍ଲେଟିକ୍ ଆସୋସିଏସନର ସମ୍ପାଦକ ଆଶୀର୍ବାଦ ବେହେରା, ଭାରତୀୟ ମହାସଂଘର ସମ୍ପାଦକ ବସିର ଅହମ୍ମଦ, ଓଡ଼ିଶା ରାଜ୍ୟ ଫେନ୍ସିଂ ଆସୋସିଏସନ ସମ୍ପାଦକ ଦେବେନ୍ଦ୍ର ସାହୁ, ଉପସଭାପତି ହରିପ୍ରସାଦ ପଟ୍ଟନାୟକ, ୟୁନିଅନ କ୍ଲବ୍ ସମ୍ପାଦକ ରଶ୍ମିରଞ୍ଜନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

କଟକ ଫେନ୍ସିଂ ଆସୋସିଏସନ ସଭାପତି ରମେଶ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିଯୋଗିତାରେ ୨୨ ରାଜ୍ୟରୁ ପାଖାପାଖି ୪୫୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ବାଳିକା ସବର ରାଉଣ୍ତରେ ତେଲେଙ୍ଗାନାର ଜି. ଶ୍ରୀଜା ୧୫-୧୦ରେ ଦିଲ୍ଲୀର ପ୍ରକୃତି ଶର୍ମାଙ୍କୁ ହରାଇ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ଏହି ପ୍ରତିଯୋଗିତା ଶୁକ୍ରବାର ସନ୍ଧ୍ୟାରେ ଉଦଯାପନ ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories