www.samajalive.in
Saturday, December 6, 2025
19.1 C
Bhubaneswar

ଅବହେଳା: ଡାକ୍ତରଖାନାରେ ପାଣି ମାଗି ମାଗି ପ୍ରାଣ ହରାଇଲେ ମହିଳା

ସୁରଟ: ହଜାର ହଜାର କରୋନା ସଂକ୍ରମିତ କେବଳ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା ପାଇଁ ହିଁ ମୃତ୍ୟୁବରଣ କରିଛନ୍ତି। ଯଦି ସେମାନେ ଠିକ୍‍ ସମୟରେ ଚିକିତ୍ସା ପାଇଥାନ୍ତେ ତେବେ ହୁଏତ ସେମାନେ ବଞ୍ଚିଥାନ୍ତେ। ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ଗୁଜରାଟର ସୁରଟରୁ। ଏଠାରେ ଜଣେ କରୋନା ସଂକ୍ରମିତ ମହିଳା ବେଡ଼ରେ ପଡ଼ି ରହିଥିଲେ ଓ ତାଙ୍କୁ ଟିକିଏ ପାଣି ପିଆଇବା ପାଇଁ ତାଙ୍କ ପରିବାର ଲୋକେ ଭିଡିଓ କଲରେ ଡାକ୍ତର ଓ କର୍ମଚାରୀଙ୍କୁ ଗୁହାରି କରିଥିଲେ। କିନ୍ତୁ ମଳିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲେ ମଧ୍ୟ ପାଣି ଟୋପାଏ ପାଇ ନ ଥିଲେ।

ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍‍ ହେଉଛି, ଯେଉଁଥିରେ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେବା ସହ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କୁ କରୋନା ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୃକ୍ତ ମହିଳାଜଣକ ତାଙ୍କ ଦିଅରଙ୍କୁ ଭିଡିଓ କଲ୍‍ କଲେ ଓ ନିଜ ସମସ୍ୟା ବିଷୟରେ ଜଣାଇଲେ ଯେ, ତାଙ୍କୁ ଶୋଷ ଲାଗୁଛି ପାଣି ଦରକାର। ଏହାପରେ ତାଙ୍କ ଦିଅର ଭିଡିଓ କଲରେ ଚିତ୍କାର କରି କହିଲେ ଯେ, ଡାକ୍ତର କେଉଁଠି ତାଙ୍କୁ ଫୋନ୍‍ ଦିଅ। ରୋଗୀକୁ ପାଣି ଦରକାର।
ମହିଳାଙ୍କ ଦିଅର ଭିଡିଓ କଲରେ ସେହିପରି ପାଟି କରୁଥିଲେ ମଧ୍ୟ ଡାକ୍ତରଖାନାର କୌଣସି କର୍ମଚାରୀ ସାମ୍ନାକୁ ଆସି ନ ଥିଲେ। ସଂକ୍ରମିତ ସମ୍ପୃକ୍ତ ମହିଳାଙ୍କର ନିଜ ପରିବାର ଲୋକଙ୍କ ସହ ଏହା ଶେଷ କଥାବାର୍ତ୍ତା ଥିଲା। କାରଣ ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁରଟର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଲୋକେ କମେଣ୍ଟ ମାଧ୍ୟମରେ ଡାକ୍ତରଖାନା କର୍ମଚାରୀଙ୍କ ଉପରେ ନିଜ ନିଜର କ୍ରୋଧ ପରିପ୍ରକାଶ କରିବା ସହ ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି କହିଛନ୍ତି।

- Advertisement -

ମହିଳାଙ୍କ ଦିଅର ଦୀପକଙ୍କ କହିବା ଅନୁଯାୟୀ, ୧୯ ମାର୍ଚ୍ଚ ରାତିରେ ଭାଉଜ ଭିଡିଓ କଲ୍‍ କରିଥିଲେ। ତାଙ୍କ ଅବସ୍ଥା ବହୁତ ଖରାପ ଥିଲା। ସେ ବିଛଣାରୁ ଉଠି ପାରୁ ନ ଥିଲେ। କାରଣ ୧୮ ମାର୍ଚ୍ଚରେ ହିଁ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କର ଥରେ କରୋନା ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ନେଗେଟିଭ ଆସିଥିଲା। ପ୍ରସବ ପରେ ଦ୍ୱିତୀୟ ଥର ପରୀକ୍ଷା କରାଯିବା ପରେ ତାଙ୍କର ପଜିଟିଭ୍‍ ରିପୋର୍ଟ ଆସିଥିଲା। ଏହାପରେ ତାଙ୍କୁ କୋଭିଡ଼୍‍ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଭିଡିଓ କଲ ପରେ ରାତିରେ ଅନେକ ଥର ଡାକ୍ତରଖାନାକୁ ଫୋନ୍‍ କରିଥିଲି, ହେଲେ କେହି ଫୋନ୍‍ ଉଠାଇ ନ ଥିଲେ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories