www.samajalive.in
Saturday, December 13, 2025
26.1 C
Bhubaneswar

ରାତ୍ର ଭୋଜନରେ ରାଜନୀତି: ସୋନିଆଙ୍କ ନୈଶ ଭୋଜିରେ ସାମିଲ ହେବେ ୨୦ଟି ଦଳର ନେତା

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ନୂଆ ସମୀକରଣ ପାଇଁ ସୋନିଆ ଗାନ୍ଧୀ ନୈଶ ଭୋଜିର ଆୟୋଜନ କରିଛନ୍ତି । ଏଥିରେ ବିଭିନ୍ନ ଆଞ୍ଚଳିକ ଓ ଜାତୀୟ ଦଳର ନେତା ସାମିଲ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର ଦେଶରେ ବଢୁଥିବା ପ୍ରଭାବକୁ ରୋକିବା ପାଇଁ ଏହି ନୈଶ ଭୋଜିର ଆୟୋଜନ କରାଯାଇଥିବା କୁହାଯାଉଛି । ୟୁପିଏର ଚେୟାରମ୍ୟାନ ସୋନିଆ ଗାନ୍ଧୀ ବିଭିନ୍ନ ଦଳର ନେତାମାନଙ୍କୁ ନୈଶ ଭୋଜିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ ।

ମଙ୍ଗଳବାରରେ ଆୟୋଜିତ ନୈଶ ଭୋଜି ପାଇଁ ୨୦ ଟି ଦଳର ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଏଥିରେ କଂଗ୍ରେସକୁ ମିଶାଇ ୨୦ ଟି ଦଳର ନେତା ପହଞ୍ଚିଛନ୍ତି ।  ଏନ୍‌ସିପିର ନେତା ଶରଦ ପାଓ୍ୱାର, ଏବେ ଏନ୍‌ଡିଏରୁ ଅଲଗା ହୋଇଥିବା ହିନ୍ଦୁସ୍ତାନୀ ଆବାମ ଲିଗ୍‌ର ନେତା ଜିତନ ରାମ ମାଂଝି, ଶରଦ ଯାଦବ, ବସପାର ସତୀଶ ମିଶ୍ରା, ସପାର ରାମ ଗୋପାଳ ବର୍ମା, ଆର୍‌ଜେଡିର ତେଜ ପ୍ରତାପ ଯାଦବ,ଡିଏମ୍‌କେ ର କାନି ମୋଇ, ବାମପନ୍ଥୀ ଦଳ ପକ୍ଷରୁ ମହମ୍ମଦ ସଲିମ, ଡି ରାଜା, ଟିଏମ୍‌ସିର ସୁଦୀପ ବନ୍ଦୋ ପାଧ୍ୟାୟ, ଆର୍‌ଏଲ୍‌ଡିର ଅଜିତ ସିଂ, ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ  ଓମର ଅବଦ୍ଦୁଲା, ଜେଡିଏସ୍‌ର କେ ଉ ପେନ୍ଦ୍ର ରେଡ୍ଡି, ଆର୍‌ଏସ୍‌ପିର  ଏନ୍‌ କେ ପ୍ରେମ ଚନ୍ଦ୍ରନ ପ୍ରମୁଖ ଏହି ନୈଶ୍ୟ ଭୋଜିରେ ପହଞ୍ଚିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories