www.samajalive.in
Sunday, December 14, 2025
23.1 C
Bhubaneswar

କେରୋନା ବଦଳାଇଛି ଦୁଇ ହାଟର ସ୍ଥାନ

ପାତ୍ରପୁର: ପାତ୍ରପୁର ବ୍ଲକରେ ରାଜରାଜୁଡା ଅମଳରୁ ଆରମ୍ଭ ହୋଇଥିବା ଦୁଇ ହାଟର ସ୍ଥାନ କରୋନା ଯୋଗୁଁ ବନ୍ଦ ପରେ ଏବେ ରାଜଦଣ୍ଡରେ ଆରମ୍ଭ ହୋଇଛି। ପାତ୍ରପୁର ବ୍ଲକ ସୁରଙ୍ଗୀ ଏବଂ ଜରଡା ଜମିଦାର(ରାଜା)ଙ୍କ ସମୟରେ ନିଜ ଅଞ୍ଚଳର ଲୋକଙ୍କ ବିକ୍ରୀ ବଟା ପାଇଁ ଦୁଇଟି ହାଟ ସ୍ଥାପନ କରାଯାଇ ଥିଲା। ଏହି ହାଟ ମଧ୍ୟରୁ ସୁରଙ୍ଗୀରେ ସୋମବାର ଏବଂ ଜରଡାରେ ଗୁରୁବାର ହାଟ ବସୁଥିଲା। ସେହି ସମୟରେ ଅଂଚଳର ବିଭିନ୍ନ ଗ୍ରାମକୁ ରାସ୍ତା ଟିଏ ନଥିଲା। ଏପରିକି ରାସ୍ତାରେ ନଦୀ ନାଳ ପାର କରିବା ସହ ହିଂସ୍ର ଜନ୍ତୁଙ୍କ ଆକ୍ରମଣ ଭୟ ଥିଲା। ଯାହା ଫଳରେ ଲୋକମାନେ ନିଜର ଉତ୍ପାଦିତ ପନିପରିବା ସହ ବିଭିନ୍ନ ଜିନିଷ ଏହି ହାଟରେ ବିକ୍ରି କରିବା ସହ ଆବଶ୍ୟକ ଜିନିଷ କିଣି ସପ୍ତାହକ ପାଇଁ ନେଉଥିଲେ।

ବିଶେଷ କରି ଦୁର୍ଗମ ଅଂଚଳର ଲୋକମାନେ ଏହି ହାଟ ଉପରେ ନିର୍ଭର କରୁଥିଲେ। ସୁରଙ୍ଗୀଠାରେ ଗ୍ରାମ ବଗୀ ନଦୀ ଅପର ପାର୍ଶ୍ୱ ତୋଟାରେ ହାଟ ବସୁଥିଲା। ସେହିପରି ଜରଡାଠାରେ ପୁଲିସ ଥାନା ନିକଟରେ ହାଟ ବସୁଥିଲା। ଲୋକମାନେ ମୁଣ୍ଡ ବୋଝ ଭାର ଶଗଡ଼ ଯୋଗେ ନିଜର ଜିନିଷ ବୋହି ଆଣି ବିକ୍ରି କରୁଥିଲେ। ଉଭୟ ହାଟକୁ ପଡୋଶୀ ଆନ୍ଧ୍ରର ବେପାରୀ ମାନେ ବିଭିନ୍ନ ସାମଗ୍ରୀ ଶୁଖୁଆ, ପଘା, ଦଉଡି, ନଡ଼ିଆ, ପ୍ରଭୃତି ଜିନିଷ ଆଣି ବିକ୍ରୀ କରୁଥିଲେ। ଏପରିକି ଅଞ୍ଚଳର ହାତତିଆରୀ କଂସା ବାସନ ସାମଗ୍ରୀ ଠାରୁ ଯାବତୀୟ ଘର କରଣ। ଜିନିଷ ପ୍ରଭୁତି ବିକ୍ରି ନିମନ୍ତେ ଆସୁଥିଲ। ଲୋକମାନେ ଝିଅ ବାହା ଘର ଠାରୁ ହୋମ ଯଜ୍ଞ ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ଏହି ହାଟରୁ ସଂଗ୍ରହ କରୁଥିଲେ। ତେବେ ଏହି ଦୁଇ ହାଟ ରେ ପ୍ରସିଦ୍ଧ ସୁରଙ୍ଗୀ କମଳା ରାଜ୍ୟ ତଥା ରାଜ୍ୟ ବାହାରର ଲୋକମାନେ କିଣିବା ପାଇଁ ଶିତଦିନକୁ ଅପେକ୍ଷା କରୁଥିଲେ। କମଳାର ଚାହିଦା ବିଶେଷ ଭାବରେ ପ୍ରସିଦ୍ଧି ରହିଥିଲା।

- Advertisement -

ବିଭିନ୍ନ ଶ୍ରେଣୀର ଲୋକମାନେ କମଳା ହାଟରୁ କିଣି ବିଭିନ୍ନ ଅଧିକାରୀ ରାଜ ନେତାଙ୍କୁ ଭେଟି ଆକାରରେ ଦେଉଥିଲେ। ଏହାଦ୍ବାରା ଦୁର୍ଗମ ଆଦିବାସୀ ଅଂଚଳର ଲୋକ ମାନେ ଭଲ ଦି ପଇସା ରୋଜଗାର କରୁଥିଲେ। ତେବେ ଆଦିବାସୀ ଅଂଚଳରେ ପନି ପରିବା ଅଭାବ ଯୋଗୁଁ ଲୋକମାନେ ଆନ୍ଧ୍ରରୁ ଆସୁଥିବା ଶୁଖୁଆ ସଂଗ୍ରହ କରି ବ୍ୟବହାର ପାଇଁ ନେଉଥିଲେ।ହାଟରେ ଜିନିଷ ବିକ୍ରି ପାଇଁ କିଛି କର ଆଦାୟ ହୋଇ ଉନ୍ନତି ନିମନ୍ତେ ବିନିଯୋଗ ହେଉଥିଲା। ପରବର୍ତ୍ତୀ ସମୟରେ ସରକାର ଖରା ବର୍ଷା ରେ ଭିଜୁ ଥିବା ହାଟୋଇ ମାନଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ପକ୍କାଘର ନିର୍ମାଣ କରିଥିଲେ। ତେବେ କେରୋନା ପରେ ଏବେ ହାଟର ସ୍ଥାନ ବଦଳିଛି।ବିଭିନ୍ନ ଗ୍ରାମକୁ ରାସ୍ତା ଖୋଲିବା ପରେ ଗ୍ରାମକୁ ବିଭିନ୍ନ ଜିନିଷ ଗାଡ଼ିରେ ନେଇ ବିକ୍ରି ହେଉଛି।ଜାହାରି ଫଳରେ ହାଟରେ ପୂର୍ବ ପରି ଭିଡ ଦେଖିବାକୁ ମିଳୁନାହିଁ। ତେବେ କେରୋନା ପରେ ଏବେ ଏହାର ବିକ୍ରି ସ୍ଥାନ କଟକଣା ଉଠିବ।ପରେ ବଦଳିଛି। ଦୁଇ ଗ୍ରାମରେ ଏବେ ରାଜ ଦାଣ୍ଡରେ ସାପ୍ତାହିକ ହାଟ ବସୁଛି।

ତେବେ ପୂର୍ବ ପରି ଆନ୍ଧ୍ରର ବେପାରୀଙ୍କ ଭିଡ ପରିଲକ୍ଷିତ ହେଉଛି। ଆନ୍ଧ୍ରର କଲେଜ ପଢୁଆ ଝିଅ ବେବିନା, ରୁପାଙ୍କଠାରୁ ଶୁଖୁଆ ବିକ୍ରେତା ଚମ୍ପା ରାଧା ଭଳି ଅନେକ ବୟସ୍କା ପୂର୍ବ ଭଳି ନିଜର ବେପାର ଜାରି ରଖିଛନ୍ତି। ରାଜ ରାଜୁଡା ଅମଳରୁ ଆରମ୍ଭ ହୋଇଥିବା ହାଟ ଏବେ ରାଜ ଦାଣ୍ଡରେ ବସିବା ପୁରୁଣା ସ୍ମୁତିକୁ ମନେ ପକାଉଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories