www.samajalive.in
Saturday, December 13, 2025
15.1 C
Bhubaneswar

ଅଷ୍ଟମ ଓ ଦ୍ବାଦଶ ଫେଲ୍ ଡାକ୍ତର କଲେ ଅସ୍ତ୍ରୋପଚାର, ପ୍ରସୂତି ଓ ନବଜାତକ ମୃତ

ସୁଲତାନପୁର: ଉତ୍ତର ପ୍ରଦେଶର ସୁଲତାନପୁର ଅନ୍ତର୍ଗତ ପୂର୍ବା ଗ୍ରାମରେ ସ୍ବାସ୍ଥ୍ୟସେବାର ସବୁଠୁ ଦାୟିିତ୍ବହୀନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଶାଗୁଣା, ବିଲୁଆ ଚିକିତ୍ସକ ହେବା ଭଳି ଜଣେ ଅଷ୍ଟମ ଶ୍ରେଣୀ ଫେଲ୍ ଓ ଜଣେ ଦ୍ବାଦଶ ଶ୍ରେଣୀ ପାସ୍ ଯୁବକଙ୍କ ହାତରେ ଜଣେ ପ୍ରସୂତି ଓ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଗତ ୧୭ ତାରିଖରେ ଘଟିଛି ଏହି ହୃଦୟ ବିଦାରକ ଘଟଣା।

ମଙ୍ଗଳବାର ରାତିରେ ପୁନମଙ୍କର ଗର୍ଭବେଦନା ହୋଇଥିଲା। ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମା ଶାରଦା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପୁନମଙ୍କର ଅେସ୍ତ୍ରାପଚାର ସମୟରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଲକ୍ଷ୍ନୌ ପଠାଇ ଦିଆଯାଇଥିଲା। ରାସ୍ତାରେ ଉଭୟ ପୁନମ ଓ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଯାଇଥିଲା। ପୁନମଙ୍କ ସ୍ବାମୀ ରାଜାରାମ ଓ ପରିବାର ଲୋକେ ଦୁଇଟିଜାକ ମୃତଦେହ ଧରି ସ୍ଥାନୀୟ ଥାନାରେ ପହଞ୍ଚିଥିଲେ ଓ ହସ୍ପିଟାଲ ମୁଖ୍ୟ ତଥା ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ମାମଲାର ତଦନ୍ତ କଲାବେଳେ ଯେଉଁ ତଥ୍ୟ ସମ୍ମୁଖକୁ ଆସିଲା ସେଥିରେ ସମସ୍ତେ ବିସ୍ମିତ ହୋଇଯାଇଥିଲେ।

- Advertisement -

ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ସାଇନିସ୍ଥିତ ମା ଶାରଦା ହସ୍ପିଟାଲେର ପୁନମଙ୍କ ଅେସ୍ତ୍ରାପଚାର କରିଥିବା ବ୍ୟକ୍ତି ଡାକ୍ତର ନ ଥିଲେ। ସେ ଥିଲେ ହସ୍ପିଟାଲ ପରିଚାଳକ ରାଜେଶ ସାହାଣୀ। ତାଙ୍କୁ ଅେସ୍ତ୍ରାପଚାରରେ ସହାୟତା କରିଥିଲେ ରାଜେନ୍ଦ୍ର ପ୍ରସାଦ ଶୁକ୍ଳ। ରାଜେଶ ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଥିବାବେଳେ ତଥାକଥିତ ଡାକ୍ତର ରାଜେନ୍ଦ୍ର ଅଷ୍ଟମ ଶ୍ରେଣୀ ଫେଲ୍। ସେମାନଙ୍କ ଅନ୍ୟ ଜଣେ ସହଯୋଗୀ ଥିଲେ; ଯେ କି ପଞ୍ଚମ ପାସ୍। ତିନି ଜଣ ମିଶି ସାଧାରଣ ବ୍ଲେଡ୍ରେ ଅେସ୍ତ୍ରାପଚାର କରିଥିଲେ। ପ୍ରସବର କିଛି ସମୟରେ ପରେ ଶିଶୁର ମୃତ୍ୟୁ ହୋଇଥିଲା। ରାଜେଶଙ୍କ ଘର ଖିରି ଜିଲାରେ ହୋଇଥିବାବେଳେ ରାଜେନ୍ଦ୍ର ଓ ତାଙ୍କ ସହଯୋଗୀଙ୍କ ଘର ଅଯୋଧ୍ୟାରେ। ଏମାନେ ଦୀର୍ଘ ଦିନ ଧରି ଡାକ୍ତରଖାନା ଚଳାଇ ଆସିଛନ୍ତି। ପୁଲିସ ଉଭୟଙ୍କୁ ଗିରଫ କରିଛି। ହସ୍ପିଟାଲର ରେଜିଷ୍ଟ୍ରେସନ୍ ନ ଥିଲା। ଏଭଳି ହସ୍ପିଟାଲ କିଭଳି ଚାଲିଛି ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନଜରକୁ କିପରି ଏହା ଆସି ନାହିଁ ସେ ନେଇ ବିଭିନ୍ନ ମହଲରେ ବିସ୍ମୟ ପ୍ରକାଶ ପାଇଛି। ପୁଲିସ ଅଧୀକ୍ଷକ ଡ.ଅରବିନ୍ଦ ଚତୁର୍ବେଦୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏଭଳି ହସ୍ପିଟାଲ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories