www.samajalive.in
Tuesday, December 9, 2025
17.1 C
Bhubaneswar

ପୂର୍ବତନ ମୁମ୍ବଇ ପୁଲିସ କମିସନର ପରମବୀରଙ୍କ ବିସ୍ଫୋରକ ପତ୍ର, ମାସିକ ୧୦୦ କୋଟି ପାଇଁ ବାଜେଙ୍କୁ କହିଥିଲେ ଗୃହମନ୍ତ୍ରୀ

ମୁମ୍ବଇ: ବିବାଦୀୟ ପରିସ୍ଥିତିରେ ମୁମ୍ବଇ ପୁଲିସ କମିସନର ପଦରୁ ବିଦାୟ ନେଇଥିବା ପରମବୀର ସିଂହ ଶନିବାର ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ସେ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ‘ଆଣ୍ଟିଲିଆ’ ମାମଲାରେ ଗିରଫ ହୋଇଥିବା ପୁଲିସ ଅଧିକାରୀ ସଚିନ ବାଜେଙ୍କୁ ଦେଶମୁଖ ମାସିକ ୧୦୦କୋଟି ଟଙ୍କା ଆଦାୟ କରିବାକୁ ନିର୍ଦେଶ ଦେଇଥିବା ଉଲ୍ଲେଖ କରିଛନ୍ତି ପରମବୀର। ଦେଶମୁଖ ଅନେକ ଥର ମୁମ୍ବଇ ପୁଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ ମୁଖ୍ୟ ସଚିନ ବାଜେଙ୍କୁ ଜ୍ଞାନେଶ୍ବରସ୍ଥିତ ବାସଭବନକୁ ଡାକି ଟଙ୍କା ଆଦାୟ ପାଇଁ କହିଥିବା ଓ ସଚିନ ତାଙ୍କୁ ଏ ବିଷୟ ଜଣାଇଥିବା ପରମବୀର ଉଲ୍ଲେଖ କରିଛନ୍ତି। ଗତ ଫେବୃଆରୀରେ ଦେଶମୁଖ ବାଜେଙ୍କୁ ନିଜ ବାସଭବନକୁ ଡାକିଥିଲେ। ସେଠାରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ୩ଜଣ କର୍ମଚାରୀ ଥିଲେ। ସେଠାରେ ମଧ୍ୟ ଦେଶମୁଖ ବାଜେଙ୍କୁ ଚାନ୍ଦା ଅସୁଲ ବିଷୟରେ ତାଗିଦା କରିଥିଲେ। କେବଳ ସେତିକି ନୁହେଁ; ଏହି ଟଙ୍କା କେମିତି ଆଦାୟ ହେବ ତାହାର ବାଟ ମଧ୍ୟ ବତାଇଥିଲେ। ମୁମ୍ବଇରେ ୧୭୫୦ ବାର ଓ ରେସ୍ତୋରାଁ ରହିଛି। ପ୍ରତିଟିରୁ ୨-୩ ଲକ୍ଷ ଟଙ୍କା ଆଦାୟ କଲେ ମାସକୁ ୪୦-୫୦ କୋଟି ଟଙ୍କା ହୋଇଯିବ। ବାକି ଟଙ୍କା ଅନ୍ୟ ମାଧ୍ୟମରୁ ଆଦାୟ ହୋଇପାରିବ ବୋଲି ବାଜେଙ୍କୁ ଦେଶମୁଖ ବତାଇଥିବା ପରମବୀର ଚିଠିଲେ ଲେଖିଛନ୍ତି।

ଏପରି ଅଭିଯୋଗକୁ ଖଣ୍ଡନ କରି ଦେଶମୁଖ କହିଛନ୍ତି ଯେ ପରମବୀର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଏଭଳି ଅମୂଳକ ଅଭିଯୋଗ ଆଣିଛନ୍ତି। ପରମବୀର ନିଜକୁ ଆଇନ ଜାଲରୁ ବଞ୍ଚାଇବା ପାଇଁ ଏଭଳି ମନଗଢ଼ା ଅଭିଯୋଗ ଆଣିଛନ୍ତି। ଆଣ୍ଟାଲିଆ ମାମଲା ଏବଂ ମନସୁଖ ହରେନ ହତ୍ୟାକାଣ୍ଡରେ ବାଜେଙ୍କ ହାତ ଥିବା ସ୍ପଷ୍ଟ ହୋଇଥିବାବେଳେ ଏହି ମାମଲା ପରମବୀରଙ୍କ ପାଖରେ ପହଞ୍ଚିବାର ଆଶଙ୍କା ରହିଛି। ଏଥିରୁ ଖସିବା ପାଇଁ ସେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କରୁଥିବା ଦେଶମୁଖ କହିଛନ୍ତି। ଅପରପକ୍ଷରେ ଏହି ଘଟଣା ନେଇ ବିଜେପି ଦେଶମୁଖଙ୍କ ଇସ୍ତଫା ଦାବି କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories