www.samajalive.in
Sunday, December 14, 2025
19.1 C
Bhubaneswar

ମାମୁଁ ଭଣଜାଙ୍କ ଥଟ୍ଟା ମଜା ରୁ ମରଣାନ୍ତକ ଆକ୍ରମଣ

ରେଙ୍ଗାଲିକ୍ୟାମ୍ପ : ସାଧାରଣ ଥଟ୍ଟା ମଜା ବେଳେବେଳେ ବିପଦକୁ ସ୍ଵାଗତ କରିଥାଏ ଆଜି ତାର ପ୍ରମାଣ ମିଳିଛି ଅତାବିରା ବ୍ଲକ ର ଟୋପ ମାଙ୍ଗିଲି ପଡ଼ାରେ। ଝିମିଟି ଖେଳରୁ ମହାଭାରତ ପରି ଆଜି ଏକ ସାମାନ୍ୟ ଘଟଣାରୁ ଛୁରାମାଡ ପର୍ୟ୍ୟନ୍ତ କଥା ଯାଇଛି। ସୂଚନାରୁ ଜଣାପଡ଼ିଛି ଯେ, ଏହି ମାଙ୍ଗିଲ ପଡ଼ାରେ ରାତି ପ୍ରାୟ ୯ଟା ସମୟରେ ପଦ୍ମଲୋଚନ ଭୁଏ ଓ ଧର୍ମରାଜ ଭୁଏ ନିକଟରେ ଥିବା ଏକ ଖୋଲା ଜାଗାକୁ ଶୌଚ ପାଇଁ ଯାଇଥିଲେ। ତାଙ୍କ ପଛରେ ପଡ଼ାର ଆଉ କିଛି ଯୁବକ ମଧ୍ୟ ଯାଇଥିଲେ। ସେଠାରେ ପଦ୍ମଲୋଚନ ଓ ଚନ୍ଦ୍ରଭାନୁ ଉଭୟେ ମାମୁଁ ଭଣଜା ପରସ୍ପର ସହ ଥଟ୍ଟା ମଜା କରୁଥିଲେ। ଏହା ଦେଖି ଧର୍ମରାଜ ତାଙ୍କୁ ମନା କରି କହିଥିଲେ ଯେ ବେଶୀ ଥଟ୍ଟା ମଜା ରୁ ଝଗଡ଼ା ସୃଷ୍ଟି ହୁଏ । ଏଭଳି ସ୍ଥିତିରେ ଚନ୍ଦ୍ରଭାନୁ ତାର ଆଉ ଏକ ସମ୍ପର୍କୀୟ  ଭଣଜା  ଯୁବରାଜକୁ ଫୋନ କରି କିଛି ଅସ୍ତ୍ରଶସ୍ତ୍ର ନେଇ ଆସିବାକୁ କହିଥିଲା। ଯୁବରାଜ ଘରୁ କିଛି ଅସ୍ତ୍ରଶସ୍ତ୍ର ନେଇ  ଘଟଣାସ୍ଥଳରେ ପହଞ୍ଚି ଚନ୍ଦ୍ରଭାନୁ ସହ ମିଶି ପଦ୍ମଲୋଚନ ଓ ଧର୍ମରାଜକୁ ପଛପଟୁ ମରଣାନ୍ତକ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ। ଫଳରେ ଉଭୟେ ସେଠାରେ ପଡିଯାଇଥିଲେ। ଏହା ଦେଖି ଅନ୍ୟ ଯୁବକମାନେ ପଡ଼ାକୁ ଖବର ଦେଇଥିଲେ। ଖବର ପାଇ ଧର୍ମରାଜ ତଥା ପଡ଼ାର ଅନ୍ୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକ ଦୁଇଜଣଙ୍କୁ ଆଣି ସଙ୍ଗେସଙ୍ଗେ ଅତାବିରା ସରକାରୀ ଡାକ୍ତରଖାନକୁ ଯାଇ ଚିକିତ୍ସା କରାଇବା ସହ ଅତାବିରା ଥାନାରେ ଧର୍ମାରାଜ ଓ ତାର ମାଆ ଏକ ଲିଖିତ  ଅଭିଯୋଗ କରିଥିଲେ। ଏହି ଘଟଣା ପରେ ଆକ୍ରମଣକାରୀ ଦୁଇ ଯୁବକ ଫେରାର ଥିବା ଜଣାପଡିଛି। ପୁଲିସ ଏହା ତଦନ୍ତ ଜାରି ରଖିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories