www.samajalive.in
Friday, December 12, 2025
16.1 C
Bhubaneswar

ହୋଲିର ରଙ୍ଗ

ଆସୁଛି ରଙ୍ଗର ଖେଳ ହୋଲି। ପତ୍ୟେକ ବର୍ଷ ଫାଲଗୁନ ମାସରେ ରଙ୍ଗର ପର୍ବ ହୋଲି ଖୁବ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯାଇଥାଏ। ବିଭିନ୍ନ ପ୍ରକାର ରଙ୍ଗରେ ହୋଲି ଖେଳାଯାଏ। ରଙ୍ଗ ସହ ଜୀବନର ମଧ୍ୟ ଗଭୀର ସମ୍ବନ୍ଧ ରହିଛି। ପ୍ରତ୍ୟେକ ରଙ୍ଗ ଆମର ଭାବନାକୁ ପ୍ରଦର୍ଶିତ କରିଥାଏ। ରଙ୍ଗ ମାଧ୍ୟମରେ ବ୍ୟକ୍ତି ଶାରିରୀକ ହେଉ କିମ୍ବା ମାନସିକ ଭାବେ ହେଉ ପ୍ରଭାବିତ ହୋଇଥାଏ। ଏହାସହ ଜ୍ୟୋତିଷଙ୍କ ମତାନୁଯାୟୀ, ଜୀବନ ସହ ଜଡ଼ିତ ଏହି ରଙ୍ଗ ଗ୍ରହ ମାନଙ୍କର ଶୁଭଫଳ ପ୍ରଦାନ କରିବାରେ ସହାୟକ ହୋଇଥାଏ। ଜାଣନ୍ତୁ …..
ଲାଲ ରଙ୍ଗ – ଏହି ରଙ୍ଗ ଦ୍ୱାରା ଭୂମି, ଯାନବାହାନ, ସାହାସ, ପରାକ୍ରମର ସ୍ୱାମୀ ମଙ୍ଗଳ ଗ୍ରହ ପ୍ରସନ୍ନ ହୋଇଥାଆନ୍ତି।
ହଳଦିଆ ରଙ୍ଗ – ଏହି ରଙ୍ଗ ଅହିଂସା, ଆନନ୍ଦ ଓ ଜ୍ଞାନର ପ୍ରତୀକ। ଏହା ସୁନ୍ଦରତା ଓ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା ସହ ଦେବ ଗୁରୁ ବୃହସ୍ପତି ପ୍ରସନ୍ନ ହୋଇଥାଆନ୍ତି ଓ ବିଶେଷ କୃପା ପ୍ରଦାନ କରିଥାଆନ୍ତି।
ନାରଙ୍ଗୀ ରଙ୍ଗ – ନାରଙ୍ଗୀ ରଙ୍ଗ ଜ୍ଞାନ, ଶକ୍ତି, ପ୍ରେମ ଓ ଆନନ୍ଦର ପ୍ରତୀକ। ଜୀବନରେ ଏହାର ପ୍ରୟୋଗରେ ମଙ୍ଗଳ ଓ ବୃହସ୍ପତିଙ୍କ କୃପା ସହ ସୂର୍ୟ୍ୟଦେବଙ୍କ ବିଶେଷ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ।
ଧଳା ରଙ୍ଗ – ଧଳା ରଙ୍ଗ ଶାନ୍ତି, ପବିତ୍ରତାକୁ ଦର୍ଶାଇଥାଏ। ଏହି ରଙ୍ଗର ପ୍ରୟୋଗରେ ଚନ୍ଦ୍ରମା, ଶୁକ୍ରଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ନୀଳ ରଙ୍ଗ – ନୀଳ ରଙ୍ଗ ସ୍ୱଚ୍ଛତା, ନିଷ୍ପାପି, ପାରଦର୍ଶିତା, କରୁଣାମୟ, ଉଚ୍ଚ ବିଚାର ହେବାର ସୂଚନା ଦେଇଥାଏ। ଏହି ରଙ୍ଗର ପ୍ରୟୋଗରେ ପ୍ରଭୁ ଶନି ଦେବଙ୍କ କୃପା ପ୍ରାପ୍ତି ହୋଇଥାଏ।
ସବୁଜ ରଙ୍ଗ – ଏହି ରଙ୍ଗ ହସଖୁସି, ସମୃଦ୍ଧି, ଦୟା, ପବିତ୍ରତାର ପ୍ରତୀକ। ଏହି ରଙ୍ଗର ପ୍ରୟୋଗରେ ବୁଧ ଗ୍ରହ ପ୍ରସନ୍ନ ହୋଇଥାଆନ୍ତି ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories